Spread the love

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମନରେଗା କାର୍ଯ୍ୟରେ ଅନିୟମିତତା ଓ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାରେ କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ (AE) ପ୍ରଶାନ୍ତ ପାତ୍ର ଓ କନିଷ୍ଠ ଯନ୍ତ୍ରୀ (JE) ପ୍ରଫୁଲ୍ଲ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି।

ତଦନ୍ତରେ ମନରେଗା ଯୋଜନା ଅଧୀନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ପ୍ରାୟ ୪୨ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।

ଏହି ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ଦୀର୍ଘଦିନ ଧରି ତଦନ୍ତ ଚାଲିଥିଲା।

ପ୍ରାଥମିକ ତଦନ୍ତରେ ସରକାରୀ ଅର୍ଥର ଅପବ୍ୟବହାର ଓ ଆର୍ଥିକ ଅନିୟମିତତାର ପ୍ରମାଣ ମିଳିବା ପରେ ଉଭୟ ଯନ୍ତ୍ରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟରେ ହାଜର କରାଯିବା ସହ ମାମଲାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ଭିଜିଲାନ୍ସ ତଦନ୍ତ ଜାରି ରଖିଛି।

ଏହି ଘଟଣା ପରେ କନ୍ଧମାଳ ଜିଲ୍ଲାରେ ମନରେଗା କାର୍ଯ୍ୟର ସ୍ୱଚ୍ଛତା ଓ ସରକାରୀ ଅର୍ଥର ସଠିକ୍ ବ୍ୟବହାରକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

ତଦନ୍ତରେ ମନରେଗା ଯୋଜନା ଅଧୀନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ପ୍ରାୟ ୪୨ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ଦୀର୍ଘଦିନ ଧରି ତଦନ୍ତ ଚାଲିଥିଲା।

Leave a Reply

Your email address will not be published. Required fields are marked *