Spread the love

ମର୍ମନ୍ତୁଦ ସଡକ ଦୁର୍ଘଟଣା ଜଣେ ମୃତ , ତାଳଚେର – ଡ଼ୁବୁରୀ ରାସ୍ତା ଅବରୋଧ, ଯାତାୟାତ ଠପ୍।

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ଭୁବନ ବାଇପାସ୍ ରାସ୍ତା ର ଭଦଳିଆପସି କୋଲ୍ହ ସାହି ଓଭର ବ୍ରିଜ ତଳେ ଏକ ବାଇକ୍ ନଂ OD 06D 5631 କୁ ଏକ ଟ୍ରକ୍ ଧକ୍କା ଦେଇ ବାଇକ୍ ସହ ଚାଳକକୁ ପ୍ରାୟ କୋଡିଏ ମିଟର ରୁ ଉର୍ଦ୍ଧ୍ବ ରାସ୍ତା ଘୋଷାଡି ନେଇଥିଲା। ବାଇକ୍ ଚାଳକ ସ୍ଥାନୀୟ ଅଞ୍ଚଳର ଦାମୋଦର ସାହୁ (୫୬),ସେଠାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଭୁବନ ବାଇପାସ୍ ରାସ୍ତା ରେ ତାଳଚେର – ଡ଼ୁବୁରୀ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭୁବନ ଚିକିତ୍ସାଳୟ କୁ ପଠାଇ ଦେଇଥିବା ବେଳେ ଦୃଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରି ଲୋକମାନଙ୍କୁ ବୁଝାସୁଝା କରୁଥିବା ବେଳେ ମୃତ ଦାମୋଦର ଙ୍କ ପରିବାର କୁ ଅନୁକମ୍ପା ସହାୟତା ସହ ଉକ୍ତ ରାସ୍ତାରେ ହମ୍ପସ ନିର୍ମାଣ ଦାବୀ ରେ ଅଟଳ ଅଛନ୍ତି। ଅବରୋଧ ପାଇଁ ରାସ୍ତା ର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଛିଡ଼ା ହେଇଛି।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *