Spread the love

ମହଙ୍ଗା ପଡିଲା ଜଙ୍ଗଲକୁ ଯାଇ ହାତୀ ଦେଖିବା, ହାତୀ ଆକ୍ରମଣରେ ଜଣେ ଗୁରୁତର।

କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ସୀତାରାମପୁର ଗାଁ ରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ନେଇ ସୂଚନା । ଯାଙ୍ଗଲକୁ ଯାଇ ହାତୀ ଦେଖିବା ପଡ଼ିଲା ମହଙ୍ଗା।ହାତୀ ଦେଖିବାକୁ ଯାଇ ଫେରୁଥିବା ବେଳେ ବଡଡୁମୁରିଆ ଗ୍ରାମର ଜିତେନ୍ଦ୍ର ଗେlପ ହାତୀ ହାବୁଡରେ ପଡି ଗୁରୁତର ଆହତ ହେlଇଛନ୍ତି lସୂଚନା ଅନୁଯାୟୀ ଆଜି ସକାଳୁ ସଦର ରେଞ୍ଜରୁ ଏକ ଗେlଠଛଡା ଦନ୍ତା ହାତୀ ଚମ୍ପୁଆ ରେଞ୍ଜର ସୀତାରାମପୁର ଗାଁ ରେ ପ୍ରବେଶ କରିଥିଲା।ବାଟରେ ହାତୀଟିଚକୁଳିଆ ଗ୍ରାମରେ ଏକ ଗାଇକୁ ଆକ୍ରମଣ କରି ମାରି ଦେଇଥିବା ବେଳେ ଗ୍ରାମର ଦୁଇଟି ଘର ମଧ୍ୟ ଭାଗିଂ ଦେଇ ଥିବା ନେଇ ସୂଚନା lହାତୀଟି ସୀତାରାମପୁର ଗାଁ ଜଂଗଲରେ ଥିବା ବେଳେ ହାତୀଦେଖିବାକୁ ଯାଇ ଜିତେନ୍ଦ୍ର ହାତୀ ହାବୁଡରେ ପଡିଥିଲେ । ତାଙ୍କୁ ହାତୀ ଅତର୍କିତ ଭାବେ ଆକ୍ରମଣ କରିବାରୁ ହାତୀ ଦାନ୍ତ ଜିତେନ୍ଦ୍ର କଂ ପେଟରେ ପଶି ଯିବାରୁ ସେ ଗୁରୁତର ଆହତ ହେଇଛନ୍ତି lବନ ବିଭାଗ କର୍ମଚାରୀ ତାକୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ନେଇଥିବା ସୂଚନା l

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *