Spread the love

ମାନ୍ୟବର ରାଜସ୍ବ, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଇଫତାର ପାଟିରେ ଯୋଗଦାନ

ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସୟଦପୁର ପଞ୍ଚାୟତର ଫାଜିଲ ଖାଁ ମଣ୍ଡପ ର ଫାଜିଲ୍ଲା ମହଲ୍ଲା ଠାରେ ଅନୁଷ୍ଠିତ ହୋଇଥିବା ଇଫତାର ପାଟିରେ ସୟଦପୁର ପଞ୍ଚାୟତର ସରପଞ୍ଚ ସେଖ ମହମ୍ମଦ ସବିର (ରାଜା) ଙ୍କ ଆୟୋଜନରେ ସଭାରେ ଇ ଲାଏକ ଅଲ୍ଲି ଖାଁ ସଭାପତିତ୍ବ କରିଥିଲାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ସମାଜସେବୀ କୈଳାସ ସେଠୀ ଉପାଧ୍ୟକ୍ଷ ସେକ ଏରସାଦ ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦିପ ମହାନ୍ତି, ମୁରଲୀଧର ବେହେରା ପ୍ରମୁଖ ଯୋଗଦେଇ ଥିଲେ। ମୁସଲମାନ ସଂପ୍ରଦାୟର ସମସ୍ତ ମୁରବୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଧୁମଧାମରେ ପାଳିତ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାଇଚାରାର ପରିବେଶ ଦେଖିବାକୁ ମିଳିଥିଲା। ଅନ୍ୟମାନଙ୍କ ମଧ୍ୟରେ ଲେଲିନ ଦାସ ଚିରଞ୍ଜିବୀ ତପନ ରାଉତ,ପ୍ରଦୀପ ମହାନ୍ତି, ମୁରଲୀଧର ବେହେରା, କୈଳାସ ସେଠୀ ଉପାଧ୍ୟକ୍ଷ ସେକ ଏରସାଦ, ସରପଞ୍ଚ ପାର୍ବତୀ ମଲ୍ଲିକ ସରପଞ୍ଚ ନନ୍ଦକିଶୋର ମଲ୍ଲିକ ହଳଦୀଡିହ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ରଶ୍ମିରଞ୍ଜନ ନାୟକ,ବରପଦା ସରପଞ୍ଚ ହରପ୍ରିୟା ମଲ୍ଲୀକ,କଲ୍ୟାଣପୁର ସମିତି ସଭ୍ୟା ଲିଲିରାଣୀ ଦାଶ,ହଳଦୀଡିହ ସମିତି ସଭ୍ୟ କ୍ଷିରୋଦ ଚଂଦ୍ର ମଲ୍ଲିକ, ଅଳକୁଣ୍ଡ ସରପଞ୍ଚ ସୁଶାନ୍ତ ଦାଶ,ପ୍ରଦୀପ ମଲ୍ଲିକ ଓ ନିତ୍ୟାନନ୍ଦ ରାଉତ ଏବଂ ଗଣନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *