Spread the love

ମା’ କନକ ଦୁର୍ଗାଙ୍କ ପୀଠରେ ବିଜୟା ଦଶମୀ ଅବସରରେ ରାଜ ରଜେଶ୍ୱରି ଦେବୀ ବେଶରେ ଦର୍ଶନ ଦେଲେ ମା’

ଢେଙ୍କାନାଳ: ଢେଙ୍କାନାଳ ଦେଉଳ ସାହିସ୍ଥିତ ଜୁବୁଲି ଟାଉନରେ ମା’ କନକ ଦୁର୍ଗାଙ୍କ ପୀଠରେ ବିଜୟା ଦଶମୀ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ବିଜୟା ଦଶମୀ ଅବସରରେ ମା’ କନକ ଦୁର୍ଗା ରାଜ ରାଜେଶ୍ଵରି ଦେବୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

ପ୍ରାତଃ ରୁ ମାଙ୍କ ମଙ୍ଗଳ ଆଳତି ମହାସ୍ନାନ ନୂତନ ଫୁଲ ହାର ବସ୍ତ୍ର ଲାଗି କରାଯାଉଛି।
ମା’ଙ୍କ ନିକଟରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଉଛି। ପଣା ଭୋଗ, ମଧ୍ୟାହ୍ନରେ ଅନ୍ନଧୂପ, ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେଉଛି। ଆଜି ମାଙ୍କ ପାଖରେ ଅପରାଜିତା ପୂଜା ସହ ନଗର ପରିକ୍ରମା କରାଯିବ। ମଧ୍ୟାହ୍ନ ସମୟରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ।

ମା’ଙ୍କ ଏହି ପବିତ୍ର ପୂଜା ଉତ୍ସବ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବାବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।

Leave a Reply

Your email address will not be published. Required fields are marked *