Spread the love

“ମା” ଠୁ କିଛି ଘଣ୍ଟା ପାଇଁ ଅଲଗା ହେଇଥିଲା ଛୁଆ ହାତୀ : ବନ ବିଭାଗର ପ୍ରଚେଷ୍ଟା କ୍ରମେ ” ଏକାଠି ହେଲେ ମା’ ‘ଛୁଆ.’

‘ କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ର ରାଇଡିହା ସେକ୍ସନ ଅଧିନସ୍ଥ ଖଡ଼ିକାପଦା – ଫୁଲପାହାଡ଼ି ନିକଟ ଦାରାସିଂ ହୁଡ଼ିରେ ଦିନ ତମାମ 23 ଟିକିଆ ହାତୀପଲ ଡେ଼ରା ପକାଇଥିବା ବେଳେ ଏହି ଅଞ୍ଚଳରେ ଏକର ଏକର କ୍ଷେତ ରୁ ବୋଇତାଳୁ ଖାଇବା ସହ ମାଡ଼ି ଦଳି ନଷ୍ଟ କରି ଚାଲିଥିବା ବେଳେ ତାଙ୍କ ଦଳରୁ ଏକ ଛୋଟ ହାତୀ “ମା” ଠାରୁ ଅଲଗା ହୋଇପଡ଼ିଥିଲା I ତେବେ ଛୋଟ ଛୁଆ ହାତୀଟି “ମା” ଠାରୁ ଅଲଗା ହେବା ପରେ ଭୀଷଣ ରଡ଼ି ଛାଡୁଥାଏ, ବନ କର୍ମଚାରୀ ପହଁଚି ହାତୀ ଛୁଆ ଟିକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ବାଟ କଢେଇ ଥିଲେ, ଏବଂ ହାତୀ ଛୁଆଟି ବନ କର୍ମଚାରୀ ମାନଙ୍କ ପଛେ ଚାଲି ଚାଲି ମା ପାଖରେ ପହଁଚି ଥିଲା l “ମା” ଓ ଛୁଆ କିଛି ସମୟ ମିଳାମିଶା ପରେ ଛୁଆକୁ ନେଇ ମା ଗୋଠକୁ ଯାଇଥିଲା I ତେବେ ବନ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଦ୍ୱାରା ମା ଏବଂ ଛୁଆ ମିଶିଥିବା ବେଳେ ଏହି ଅଞ୍ଚଳ ତଥା କେନ୍ଦୁଝର ଅଞ୍ଚଳରେ ବେଶ ଏହି ଘଟଣାକୁ ନେଇ ଚର୍ଚା ଆରମ୍ଭ ହେବା ସଙ୍ଗେ ବନ କର୍ମଚାରୀଙ୍କ ଏପରି କାର୍ଯ୍ୟକରି ପ୍ରଶଂସା ସାଉଁଟି ପାରିଛନ୍ତି I ଏପଟେ ହାତୀ ପଲ କ୍ଷେତନଷ୍ଟ କରୁଥିବା ହେତୁ ମୁଣ୍ଡରେ ହାତ ଦେଇ ବସି ଚନ୍ତି ଚାଷୀ ।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *