Spread the love

ମା ତାରିଣୀଙ୍କର ପୂଜା ପାଳିତ ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁହୁରା ଗ୍ରାମପଞ୍ଚାୟତ ଅଧିନସ୍ତ କେନ୍ଦୁମୁଣ୍ଡି ଗ୍ରାମ ଠାରେ ପ୍ରସିଦ୍ଧ ଘଟଗାଁ ବାସିନୀ ଆଦିଶକ୍ତି ମାଁ ତାରିଣୀ ଙ୍କ ପଣା ସଂକ୍ରାନ୍ତି ଉତ୍ସବ ମହା ଆଡମ୍ବରରେ ପାଳନ କରିଥିବା ଦେଖିବାକୁ ମିଳିଛି। ପୂର୍ବ ସୂଚୀ ଅନୁସାରେ ଶୁକ୍ରବାର ଦିନ ସକାଳ ଆଠଟାରୁ ବାହାରି ହଜାର ହଜାର ଭକ୍ତ ଙ୍କ ସମାଗମ ରେ ବାଜା ବଜାଇ ,ସଙ୍କୀର୍ତ୍ତନ ସହ ମାଁ ତାରିଣୀ ଘୋଡ଼ା ରେ ଚଡି ନଗର ପରିକ୍ରମା କରି ବରଗଛ ମୂଳରେ ଅବସ୍ଥିତ ମନ୍ଦିରକୁ ଯାଇଥିଲେ ।ସେଠାରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ଗୁଡ, ଘିଆ, ଧୂପ,ଦୀପ , ଆଳତି ସାଙ୍ଗ କୁ ପୂଜା ଅର୍ଚ୍ଚନା କରିଥଲେ । ମନସ୍କାମନା କରିଥିବା ଭକ୍ତମାନେ ମାଆ ଙ୍କୁ ଫୁଲ୍ ମାଲ ଧୂପ ଦୀପ ସାଙ୍ଗ କୁ ନଡ଼ିଆ ଭୋଗ ଅର୍ପଣ କରୀ ମୁଣ୍ଡିଆ ମାରିଥିଲେ ଓ ପ୍ରଚଣ୍ଡ ଖରା ର ତାତି ରେ ଶ୍ରଦ୍ଧାଳୁ ଭକ୍ତମାନେ ହରିବୋଲ ହୁଳହୁଳି ଶବ୍ଦରେ ଆଖପାଖ ପ୍ରକମ୍ପିତ ହୋଇଥିଲା। ଯାତ୍ରାସ୍ଥଳୀରେ ଭକ୍ତ ମାନଙ୍କୁ ପଣା ପାଣି ସାଙ୍ଗ କୁ ଅନ୍ନଭୋଗ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ଏହୀ ପଣା ସଂକ୍ରାନ୍ତି ଉତ୍ସବରେ ପୂଜକ ଗୋବିନ୍ଦ ସାହୁ, ଶହ ପୂଜକ ଭାବରେ ଶ୍ରୀ ଲକ୍ଷ୍ମଣଶବର, ରାତ୍ରସାହୁ,-ଉପସ୍ଥିତ ଥିବା କେନ୍ଦୂମୁଣ୍ଡି ଗ୍ରାମ ର ଛନ୍ଦା ଚରଣ ସାହୁ, ଓ ସମସ୍ତ ଭକ୍ତ ବୃନ୍ଦ ମାନଙ୍କ ସହ ଯୋଗ ରେ ମାଁ ତାରିଣୀଙ୍କ ପୂଜା ପାଳିତ ହୋଇଥିଲା। ସାଙ୍ଗ କୁ ପୂଜା ଅର୍ଚ୍ଚନା କରିଥଲେ । ମନସ୍କାମନା କରିଥିବା ଭକ୍ତମାନେ ମାଆ ଙ୍କୁ ଫୁଲ୍ ମାଲ ଧୂପ ଦୀପ ସାଙ୍ଗ କୁ ନଡ଼ିଆ ଭୋଗ ଅର୍ପଣ କରୀଥିଲେ

ଧର୍ମଗଡ଼ ଉପଖଣ୍ଡ ପ୍ରତନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁ ଜ

Leave a Reply

Your email address will not be published. Required fields are marked *