Spread the love

ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ଅଷ୍ଟମ ଦିବସ ରେ ମହାଗୌରି ବେଶ ପାଳିତ ହେଉଛି

 

ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ଅଷ୍ଟମ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ପୂଜା,ସୂର୍ଯ୍ୟ ପୂଜା, ଗୋ ପୂଜା, ଷୋଡ଼ଶ ଉପଚାରରେ ପୂଜା, ଚଣ୍ଡୀ ପାଠ ପୂଜା ଓ ଯଜ୍ଞ, ଅଖଣ୍ଡ ଦୀପ ସ୍ଥାପନା ହୋଇଥିଲା। ଆଜି ନବ ରାତ୍ରୀ ର ଅଷ୍ଟମ ଦିନରେ ମା’ଙ୍କୁ ମହାଗୌରି ବେଶରେ ସଜ୍ଜିତ କରାଯାଇଥିଲା। ପ୍ରତ୍ୟେକ ଦିନ ୧୦୦୮ ବେଲପତ୍ର ଲାଗି କରାଯିବ ମା’ଙ୍କୁ ଓ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯିବ। ପୂଜକ ଲିଙ୍ଗରାଜ ପତି ଶର୍ମା, ସୈାମ୍ୟବ୍ରତ ପତି, ପବିତ୍ର ପାଣିଗ୍ରାହୀ ଓ ମନ୍ଦିର ର ପୂଜକ ଆପୁଲି ରଣା ମନ୍ଦିର କର୍ମକର୍ତ୍ତା ବ୍ରଜ ମୋହନ ସାହୁ,ରବିନ୍ ଗାନ୍ଧୀ, ଅଭିମନ୍ୟୁ ବେହେରା ଓ କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ଏହି ନବରାତ୍ର ପୂଜା ଅଷ୍ଟମ ଦିବସ ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *