Spread the love

ମା ସେରାୱାଲୀ ସଂଗୀତ ଝଙ୍କାର ଦ୍ୱାରା ଭଜନ ପରିବେଷଣ।


ଭବାନୀପାଟଣା (ଜାଗ୍ରତ ଭାରତ ) ତା ୧୯। ୦୭। ୨୬
ରତ୍ନ ସିଂହାସନ ଛାଡି
ଜନ୍ମ ବେଦିରେ କୋଟି ଓଡ଼ିଆ ର ମଉଡମଣୀ ପ୍ରଭୁ ଶ୍ରୀ ବଡ ଠାକୁର। ତାଙ୍କ ନବଦିନାତ୍ମକ ଯାତ୍ରାର କାଲି ଥିଲା ତୃତୀୟ ପବିତ୍ର ସାଂସ୍କୃତିକ ସଦ୍ଧ୍ୟା। ଇତି ଅବସରରେ ଭବାନୀପାଟଣା ସହର ମାଉସୀ ମନ୍ଦିର ପ୍ରାଙ୍ଗଣରେ ମା ସେରାୱାଲୀ ସଂଗୀତ ଅନୁଷ୍ଠାନ ଦ୍ୱାରା ଭକ୍ତି ସଂଗୀତ ପରିବେଶଣ ହୋଇଥିଲା, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା।ଏଠାରେ ପ୍ରତେହ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ କୃପାଭିକ୍ଷ୍ୟୁ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ସହ ପ୍ରଭୁଙ୍କ କରୁଣା ଲଭି ଥାନ୍ତି। ଏହି କାର୍ଯ୍ୟକ୍ରମ ନଅ ଦିନ ବ୍ୟାପି ଚାଲିଥାଏ। ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଶ୍ରୀଜଗନ୍ନାଥ ପରିଚାଳନା ପରିଷଦର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଥାଏ।
ଏହି କାର୍ଯ୍ୟକ୍ରମ କରିବାର ମୂଳ ଲକ୍ଷ୍ୟ ଓ ଉଦ୍ୟେଶ ହେଲା ଆଧାତ୍ମିକ ପରିବେଶ ସୃଷ୍ଟି କରି ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଏକସୂତ୍ରରେ ବାନ୍ଧି ରଖିବା ଏବଂ ସେମାନଙ୍କ ମନରେ ଅଧାତ୍ମିକ ଚେତନା ଜାଗ୍ରତ କରିବା ସହ ଜିଲ୍ଲାରେ ଥିବା ବହୁ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା। ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାତ କୁମାର ପରିଡା ଯୋଗଦେଇ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଉଦ୍ୟେଶରେ ନିଜର ମତ ଉପସ୍ଥାପନ କରିଥିଲେ। ଠିକ ସେହିପରି ସମ୍ମାନିତ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ମିଳିତ ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ନାୟକ, ଶିକ୍ଷ୍ୟାବିତ ପ୍ରଦୀପ କୁମାର ସାହୁ ଶ୍ରୀଯୁକ୍ତ, ବରିଷ୍ଟ ଆଇନୀଯିବି ଶ୍ରୀଯୁକ୍ତ, ସୁବ୍ରତ ବହି ଦାର ମା ସେରାୱାଲୀ ସଂଗୀତ ଅନୁଷ୍ଠାନ ର ପ୍ରତିଷ୍ଠାତା ସଭାପତି ଏବଂ ସୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ସିମାଞ୍ଚଳ ତ୍ରିପାଠୀ ଙ୍କ ସମେତ ବହୁ ପ୍ରତିଭାମାନ କଣ୍ଠ ଶିଳ୍ପୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆଗେଇ ନେଇଥିଲେ।

Leave a Reply

Your email address will not be published. Required fields are marked *