Spread the love

ମିଥ୍ୟା ପ୍ରତିଶୃତିକୁ ବିରୋଧ କରି ରାଜ୍ୟ outsourcing ମହାସଂଘ ନିଷ୍ପତି କ୍ରମେ ଜିଲ୍ଲାପାଳ ମହୋଦୟ ଙ୍କୁ ଦାବିପତ୍ର

ଢେଙ୍କା‌‌ନାଳ – ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇ କି ତାଙ୍କ ପ୍ରତିଶୃତି ପାଳନ କରି ନାହାଁନ୍ତି. ମିଥ୍ୟା ପ୍ରତିଶୃତି ବିରୋଧ କରି ରାଜ୍ୟ outsourcing ମହାସଂଘ ନିଷ୍ପତି କ୍ରମେ ଆଜି 23 ତାରିଖ ଦିନ ଢେଙ୍କାନାଳ ର ଜିଲ୍ଲାପାଳ ମହୋଦୟ ଙ୍କୁ ଦାବିପତ୍ର ଦିଆଯାଇଅଛି ଓ ଦିବା 10 ଘଟିକା ଠାରୁ ଦିବା 2 ଟା ପର୍ଯ୍ୟନ୍ତ ସମସ୍ତ ଢେଙ୍କାନାଳ ର outsourcing କର୍ମଚାରୀ ମାନେ ଶାନ୍ତି ପୂର୍ବକ ଧାରଣା। ଦେଇଛନ୍ତ ଓ ଢେଙ୍କାନାଳ ଜିଲ୍ଲପାଳ ମହୋଦୟ ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି ତଥା ଦୁଃଖ ପ୍ରକାଶ କରିଛନ୍ତି. ଯଦି ଆସନ୍ତା 15 ଦିନ ଭିତରେ ଦାବି ଗୁଡିକ ପୂରଣ ନ ହୁଏ ତେବେ ନବୀନ ନିବାସ ଘେରାଓ କରିବେ ବୋଲି ସ୍ଥିର କରିଛନ୍ତି. ଢେଙ୍କାନାଳ ସଂଘ ର ସଭାପତି ସମ୍ବିତ ଦାଶ, ସେକ୍ରେଟାରୀ ଜ୍ୟୋତି ପ୍ରକାଶ ବିଶ୍ୱାଳ, ଗୌରବ ପ୍ରସାଦ ବେହେରା, ଚନ୍ଦନ ଭାଇ, ରଞ୍ଜନ ଭାଇ, ଡମ୍ବରୁ ଭାଇ ଓ ସବୁ ବିଭାଗ ନେତା ମାନଙ୍କ ଦ୍ଵାରା ଆଜି ଆନ୍ଦୋଳନ ତୀବ୍ର କରା ଯାଇ ଶେଷରେ ସ୍ଥାୟୀ ଚାକିରି ପ୍ରଦାନ କରିବା ପାଈଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *