Spread the love

ମୃତୁ ର ଦେଢ଼ ବର୍ଷ ପରେ ବି ମିଳିନି ଭତ୍ତା ଟଙ୍କା ଓ ସରକାରି ସହାୟତା….।
କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ବ୍ଲକ ରାଜପୁର ଗ୍ରାମପଞ୍ଚାୟତ ଅଧିନସ୍ଥ କାର୍ଲି ଗ୍ରାମରେ ଦୁର୍ମିଳା ମାଝୀ ନାମକ ଏକ ବିଧବା ମହିଳା ବହୁତ ଦରିଦ୍ରସୀମାରେଖା ତଳେ ଜୀବନ ନିର୍ବାହ କରୁଥିବା ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ,ସେ ତାଙ୍କ ସ୍ଵାମୀ ଙ୍କୁ ହରେଇ ଦେଢବର୍ଷ ହେବ ସେ ଅତି ଦୁଃଖ ରେ ନିଜର ଛୋଟ ଝିଅ ପାଞ୍ଚ ବର୍ଷ ର ଆରତୀ ମାଝୀ ଦୁଇ ଜଣ ମା ଓ ଝିଅ ଅତି କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି, ଦୁର୍ମିଳା ମାଝୀ ର ସ୍ୱାମୀ ଟଙ୍କଧର ମାଝୀ ଦେଢ଼ ବର୍ଷ ପୂର୍ବେ ରୋଗା କ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲେ ଦୁର୍ମିଳା ମାଝୀ ବିଭିନ୍ନ ହସ୍ପିଟାଲ କୁ ନେଇ ଚିକତ୍ସା କରାଇ ବହୁ ଟଙ୍କା ଖର୍ଚ୍ଚ କରିଥିଲେ ହେ ତାଙ୍କୁ ବଞ୍ଚାଇ ପାରିନଥିଲେ ଗରିବ ହେତୁ ସେ ବଡ଼ ଡାକ୍ତର ଖାନା କୁ ନେଇ ପାରିନଥିଲେ ଟଙ୍କା ଅଭାବ ରୁ ତାଙ୍କ ସ୍ୱାମୀ ର ଜୀବନ ଚାଲିଯାଇଥିଲା ବର୍ତମାନ ସେ ଝାଟି ମାଟି କୁଡ଼ିଆ ରେ ନିଜ ଗୋଟିଏ ଝିଅ କୁ ନେଇ ସେଇ ଘରରେ ରହୁଛନ୍ତି ଦେଢ଼ ବର୍ଷ ପରେ ମଧ୍ୟ ଦୁର୍ମିଳା ମାଝୀ ଙ୍କୁ ଏ ପର୍ଯ୍ୟନ୍ତ ସରକାର ଙ୍କ ତରଫରୁନା ମିଲିଛି ବିଧବା ଭତ୍ତା ଟଙ୍କା ନାମିଲିପାରିଛି ରହିବାପାଇଁ ବାଷଗ୍ରୃହ ଏବଂ ତାଙ୍କ ସ୍ୱାମୀ ର ମୁର୍ତ୍ୟୁ ପରେ କୌଣସି ସରକାରୀ ଯୋଜନା ରେ ମିଳୁ ଥିବା ସହାୟତା ରାଶି ମିଳିପାରିନାହିଁ ସମସ୍ତ ସରକାର ଓ ପ୍ରଶାଶନ ର ସହଯୋଗ ରାଶି ମିଳିପାରିନାହିଁ ଅର୍ଥାତ ସମସ୍ତ ସରକାରୀ ଯୋଜନା ରୁ ବଞ୍ଚିତ ଅଛନ୍ତି ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ସରକାର ଓ ପ୍ରସାଶନ କୁ ଗୁହାରୀ ଜଣାଇଛନ୍ତି…। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *