Spread the love

ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ରେଡ୍‌ କରିଛି। ଏହି ରେଡ୍‌ରେ ଦୟାନିଧିଙ୍କ ନାଁରେ ୫୭ ଏକର ଜମି, ଦୁଇଟି ଫାର୍ମହାଉସ୍‌, ଏକ ସପିଂ କମ୍ପ୍ଲେକ୍ସ ଏବଂ ବେନାମୀ ଗାଡ଼ି ଠାବ ହୋଇଛି।

ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ଦୟାନିଧିଙ୍କ ନାଁରେ ଭୁବନେଶ୍ବର ଗୋଠପାଟଣାରେ ଏକ 3-BHK ଫ୍ଲାଟ୍‌, ଚନ୍ଦ୍ରଶେଖରପୁରରେ ଏକ ବିଲ୍ଡିଂ, ନବରଙ୍ଗପୁରରେ ୩ ହଜାର ବର୍ଗଫୁଟର ଏକ ନିର୍ମାଣାଧୀନ କୋଠା ଏବଂ ଏକ ସପିଂ କମ୍ପ୍ଲେକ୍ସ ରହିଛି।

ଏହା ସହ ନବରଙ୍ଗପୁରରେ ୪୦ ଏକରର ଏକ ଫାର୍ମହାଉସ୍‌ରେ ପ୍ରାୟ ୧ କୋଟି ଟଙ୍କାର ବିନିଯୋଗ କରାଯାଇଛି। ଏହା ବ୍ୟତୀତ ୬ ଏକରର ଆଉ ଏକ ଫାର୍ମହାଉସ୍‌ରେ ୩୪ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ଜଣାପଡ଼ିଛି। ଭବାନୀପାଟଣା ଉପକଣ୍ଠରେ ଆଉ ୧୧ ଏକର ଜମି ମଧ୍ୟ ଠାବ ହୋଇଛି।ତଦନ୍ତ ସମୟରେ ୫୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଏକ ଚାରି ଚକିଆ ବେନାମୀ ଗାଡ଼ି ମଧ୍ୟ ଜବତ କରାଯାଇଛି। ଭିଜିଲାନ୍ସ ବିଭାଗ ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ଗଭୀର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *