ମୋବାଇଲ ଚୋରି ଅଭିଯୋଗରେ ଦୁଇ ଗିରଫ
ଓଡ଼ିଶା ଡ଼ାଇର୍ଭର ମହାସଂଘର ପୂର୍ବତନ ସଭାପତି ତଥା ଯାଜପୁର ଜିଲ୍ଲା ଦାନଗଦି ବ୍ଳକର ପୃର୍ବତନ ସଭାପତି ରବିନ୍ଦ୍ର ମହାନ୍ତ ଓ ତାଙ୍କ ସହଯୋଗୀଙ୍କୁ ମୋବାଇଲ ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି କଳିଙ୍ଗନଗର ପୋଲିସ। ସୁଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ସନାତନ ମହାନ୍ତ ବ୍ରାହ୍ମଣିପାଳରୁ ପରିବହନ ଗାଡ଼ି ଧରି କଳିଙ୍ଗନଗର ଟାଟାଷ୍ଟିଲ କାରଖାନାକୁ ଆସୁଥିଲେ କିନ୍ତୁ ଏହି ଗାଡିରେ ବ୍ରାହ୍ମଣିପାଳରୁ ରବିନ୍ଦ୍ର ମହାନ୍ତ ଓ ସନାତନ ମହାନ୍ତ ଗାଡ଼ିରେ ବସି ଆସିଥିଲେ ଡ଼ୁବୁରୀ ନିଳାଚଳ ଟାଉନ ସିପି ନିକଟରେ ଗାଡ଼ିରୁ ଓଲ୍ଲାଇବା ପାଇଁ କହିଲେ।ସନାତନ ଗାଡି ଠିଆ କରିବା ବେଳେ ହଠାତ୍ ରବିନ୍ଦ୍ର ମହାନ୍ତ ସନାତନ ଙ୍କ ପକେଟ୍ ରୁ ମୋବାଇଲକୁ ଛଡ଼େଇ ଡେଇଁ ଚମ୍ପଟ ମାରିଥିଲେ ।ଏହି ଘଟଣାକୁ ନେଇ କଳିଙ୍ଗନଗରରେ ଥାନାରେ ସନାତନ ମହାନ୍ତ ଏକ ଏତଲା କରିଥିଲେ। ଏତଲାକୁ ଆଧାରକରି କଳିଙ୍ଗନଗର ପୋଲିସ ଚଢ଼ାଉ କରି ମୋବାଇଲ ଚୋରି ଅଭିଯୋଗରେ ରବିନ୍ଦ୍ର ମହାନ୍ତ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

