Spread the love

ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି _୨୦୨୫ ଉପଲକ୍ଷେ ନବ ଉତ୍କଳର ନିର୍ମାତା ଯଯାତି କେଶରୀ ଦ୍ବିତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି

ଯାଜପୁର ___ ଯାଜପୁର ଜିଲ୍ଲା ଯାଜପୁର ଟାଉନ ନିକଟସ୍ଥ ଗୈତମ ବୃଦ୍ଧ ସଂସ୍କୃତି ଭବନରେ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ଅବସରରେ ଇନଟାକ ଯାଜପୁର ଚାପ୍ପର ଓ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ନବ ଉତ୍କଳର ନିର୍ମାତା ଯଯାତି କେଶରୀ ଦ୍ବିତୀୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଲୋଚନା ରେ ଡଃ ସୈମ୍ୟରଞନ ସାହୁ, ପ୍ରଫେସର ହରିହର ପଣ୍ଡା,ବିରଜା ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଦୁଷ୍ମନ୍ତ କୁମାର ନାୟକ , ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଭୁ _ଅର୍ଜନ ,

ବନ୍ଦୋବସ୍ତ ବିଭାଗର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲୀ ବେହେରା, ଯାଜପୁର ଇନଟାକ କନଭେନର ଅନିଲ କୁମାର ମହାନ୍ତି, ସଂସ୍କୃତି ପରିଷଦର ସଦସ୍ୟ ସନ୍ତୋଷ ନନ୍ଦ,ବରୁଣେଶ୍ଵର ମହାବିଦ୍ୟାଳୟର ଅଧ୍ୟକ୍ଷା ବିନ୍ଦୁରେଖା ନାୟକ ପ୍ରମୁଖ ଯୋଗଦେଇ ଯାଜପୁର ପ୍ରତି ଦ୍ବିତୀୟ ଯଯାତି କେଶରୀଙ୍କ ଅବଦାନ ସମ୍ପର୍କରେ ମତ ପ୍ରକାଶ କରିଥଲେ। ପଦ୍ମାକର ଗୁରୁଙ୍କ ସଂଯୋଜନାରେ ଏ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *