Spread the love

ଯୁବକଙ୍କ ମୃତ ଦେହ ଉଦ୍ଧାର

ପାଣିରେ ବୁଡିବା ସହ ବେକରେ ଲମ୍ବା ରଶି ଲାଗିଥିବା ଯୁବକଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏହା ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ ଆଣିଲେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାର ବର୍ଗ। ବିଞ୍ଝାରପୁର ଥାନା ଅର୍ନ୍ତଗତ ସିଂହପୁରର ଖରସ୍ରୋତା ମହାବିଦ୍ୟାଳୟର ଅନତି ଦୁରରେ ଥିବା ନାଳ ପାଣିରେ ଯୁବକଙ୍କ ଶରୀର ରୁ ଗଛରୁ ରଶି ଲାଗି ବେକରେ ବନ୍ଧା ଯାଇଥିବା ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।ମୃତ ଯୁବକ ଜଣକ ସ୍ଥାନୀୟ ଓଳେଇ ଗ୍ରାମର ପ୍ରିୟରଞ୍ଜନ ଧଳ ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରି ସାଇଣ୍ଟଫିକ ଟିମର ସହାୟତା ନେଇଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବିଂଝାରପୁର ଥାନା ଅଧିକାରୀ ସୁଚନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *