Spread the love

ରଥଯାତ୍ରା ପରିଚାଳନା କମିଟିର କାର୍ଯ୍ୟାଳୟ ଉଦ୍ଘାଟିତ:

ବରଗଡ:୧୦/୬(ପବିତ୍ର ମେହେର) ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲି ର ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଆସନ୍ତା ୨୭ତାରିଖ ରେ ଅନୁଷ୍ଠିତ ହେବ। ସେଥିପାଇଁ ମଙ୍ଗଳବାର ସଂନ୍ଧ୍ଯା ରେ ରଥଦାଣ୍ଡ ପଡିଆରେ ଅବସ୍ଥିତ ମାଉସୀ ମାଁ ମନ୍ଦିର ରେ ପଞ୍ଚ ମହା ଆରତୀ ହେବାପରେ ପରିସରରେ ଥିବା ନୁତନ କରି ହୋଇଥିବା ରଥଯାତ୍ରା ପରିଚାଳନା କମିଟିର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଅଛି। ଏଥିରେ ମୁଖ୍ଯ ଅତିଥି ଭାବରେ ମାନ୍ୟବର ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ଯ ମହୋଦୟ ଯୋଗଦେଇ ଫିତାକାଟି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ପରିଚାଳନା କମିଟିର ସଭାପତି ମୋତିଲାଲ ବନଛୋର, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ , ବଲରାମ ସାହୁ ,ସନ୍ତୋଷ ସାହୁ , ସୁରେଶ ସାହୁ, ଙ୍କ ସହିତ ସମସ୍ତ ସଦସ୍ଯ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ ଓ ଗ୍ରାମର ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *