Spread the love

ରାଜରାସ୍ତାରେ ଛାତ୍ରୀ ମୃତ ଘଟଣାକୁ ନେଇ ଉତ୍ତେଜନା, ଛାତ୍ର ଛାତ୍ରୀ କଲେ ରାସ୍ତା ଅବରୋଧ

ଅନୁଗୋଳ/ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ ବିଜୟ କୁମାର ହାଇସ୍କୁଲ ଛାତ୍ର ଛାତ୍ରୀ ମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି। ଆନ୍ଦୋଳନ ଏତେ ତୀବ୍ରତର ହୋଇଛି ଯେ ସକାଳୁ ବର୍ତ୍ତମାନ ସୁଦ୍ଧା ଏହି ରାସ୍ତା ଅବରୋଧ ଜାରି ରହିଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲ ରୁ ଛୁଟି ପରେ ଷଷ୍ଠ ଶ୍ରେଣୀ ଛାତ୍ରୀ ବନ୍ଦା ଗ୍ରାମର ପୂଜା ସାହୁ ଘରକୁ ଫେରୁଥିଲେ। ଘରକୁ ଫେରୁଥିବା ବେଳେ ବଅଁରପାଳ ହାଟ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ୫୫ ନମ୍ବର ଜାତୀୟ ରାଜପଥ ରେ ରାସ୍ତା ଖରାପ ଯୋଗୁ ଏମିତି ଦୁର୍ଘଟଣା ହେଉଥିଲେ ମଧ୍ୟ ରାସ୍ତା ମରାମତି ହେଉନଥିବା ବେଳେ ବିଭିନ୍ନ ସମୟରେ ଏପରି ଦୁର୍ଘଟଣାରେ ମୃତ୍ୟୁ ଘଟୁଛି।

ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ ବିଜୟ କୁମାର ହାଇସ୍କୁଲ ବଅଁରପାଳ ର ଶତାଧିକ ଛାତ୍ର ଛାତ୍ରୀ ରାସ୍ତା ଅବରୋଧ କରି ପ୍ରତିବାଦ ପୋଲିସ ଷ୍ଟେସନ ନିକଟ ଟ୍ରାଫିକ ଛକ ନିକଟରେ ଆନ୍ଦୋଳନ ଜାରି ରଖିଛନ୍ତି କରୁଛନ୍ତି।

Leave a Reply

Your email address will not be published. Required fields are marked *