Spread the love

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଦାସଙ୍କ ମାଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଓ କବିତା ପାଠୋତ୍ସବ ଓ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ବରିଷ୍ଠ ଶିକ୍ଷକ ତଥା ସମାଜସେବୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ଦାସଙ୍କ ମାଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍କୁତିସଭା ସହ ସମ୍ବର୍ଧନା କାର୍ଯ୍ୟକ୍ରମ ଏବଂ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ଆଳି ର ବରିଷ୍ଠ ପଣ୍ଡିତ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ଓ ସମାଜସେବୀ ପଦ୍ମାକର ଗୁରୁ,ବରି ର ପୃର୍ବତନ ବିଧାୟିକା ସୁନନ୍ଦା ଦାଶ, ମତ୍ସ୍ୟ ନିଗମର ପୃର୍ବତନ ଅଧ୍ୟକ୍ଷ ଶିଶିର କୁମାର ନାୟକ, ବରିଷ୍ଠ ନାଗରିକ ମଞର ସମ୍ପାଦକ ସୁଶାନ୍ତ କୁମାର ନାୟକ,ସବୁଜ ଓଡିଶାର ସଂପାଦକ ସରୋଜ କୁମାର ସାହୁ, ସଙ୍ଗିତଜ୍ଞ ଦିନେଶ କୁମାର ମଲିକ,ଯାଦବ ସଂଘ ଓଡ଼ିଶାର ବରିଷ୍ଠ ଉପସଭାପତି ମନୋଜ କୁମାର ପରିଡ଼ା, ପୁରୁଷୋତ୍ତମ ବେହେରା, ଜିତେନ୍ଦ୍ର କୁମାର ବେହେରା,ଦେସାହି ପଞ୍ଚାୟତର ସମିତି ସଭ୍ୟ ଓ ସମାଜସେବୀ ସନ୍ତୋଷ କୁମାର ବେଉରିଆ, ସୁବାଷ ଚନ୍ଦ୍ର ପ୍ରଧାନ,ଭରତ ଚନ୍ଦ୍ର ନାୟକ,ପ୍ରତିଜ୍ଞା ସାହୁ,କୁଷ୍ଣଚନ୍ଦ୍ର ଜେନା,ଅଟଳ ବିହାରୀ ନାୟକ, ପୃର୍ବତନ ସରପଞ୍ଚ ନିରଞ୍ଜନ ବେଉରିଆ, ସରପଞ୍ଚ ଶଶାଙ୍କ ଶେଖର ଖିଲାର, ଶିକ୍ଷକ ପ୍ରଦିପ କୁମାର ଜେନା, ନିରଞ୍ଜନ ଦାଶ, ରାମଚନ୍ଦ୍ର ବେହେରା, ପିତାମ୍ବର ସ୍ବାଇଁ, ଗଦାଧର ପଢିଆରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ସୁନ୍ଦରି ଦେବୀଙ୍କ ଉପରେ ବହୁ କଥା ଆଲୋଚନା କରିଥିଲେ। ଧନ୍ୟବାଦ୍ ଦେଇଥିଲେ ପୁତ୍ର ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଦାସ। ଅନ୍ୟମାନଙ୍କ ମଧ୍ୟରେ ପୁତ୍ର, ରବିନ୍ଦ୍ର, ବିଷ୍ଣୁ ,ବୋହୁ ମାଳତୀ, ମିନତୀ,ଆଶା,ନାତି ଓ ନାତୁଣୀ ବୋହୁ ବାପୁନ୍,ପିଙ୍କି,କାଳିଆ,ଲିପି ଙ୍କ ସମେତ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।ସମସ୍ତ ଅତିଥି ମାନଙ୍କୁ ଉତରିୟ,ଗୀତାବହୀ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *