Spread the love

ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।ତା ପୂର୍ବରୁ ଅନୁଦାନପ୍ରାପ୍ତ କଲେଜରେ ଶିକ୍ଷାଦାନ କରିବେ ଅବସରପ୍ରାପ୍ତ ଅଧ୍ୟାପକ। ୪୮୮ ଓ ୬୬୨ ବର୍ଗ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଶିକ୍ଷାଦାନ କରିବେ ।ଆସନ୍ତା ୩୧ ସୁଦ୍ଧା HIMS ପୋର୍ଟାଲରେ ଆବେଦନ କଲେ ନିଯୁକ୍ତି ମିଳିବ ।

ସେ ଆହୁରି କହିଛନ୍ତି, ଯେଉଁମାନେ ଉଚ୍ଚଶିକ୍ଷା ପୋର୍ଟାଲ ଏଚଆଇଏମଏସ୍ (ହିମସ) ପୋର୍ଟାଲରେ ଆସନ୍ତା ୩୧ ତାରିଖ ସୁଦ୍ଧା ଆବେଦନ କରିବେ ସେମାନଙ୍କୁ ନିଯୁକ୍ତି ମିଳିବ। ପୂର୍ବ ସରକାର ସମୟରୁ ରାଜ୍ୟରେ କଲେଜମାନଙ୍କରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଯାହାକୁ ପୂରଣ କରିବାପାଇଁ ସରକାର ପକ୍ରିୟା ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *