Spread the love

ଭୂବନେଶ୍ୱର, ୨୪/୧୨ : ରାଜ୍ୟରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ତ୍ରିପାକ୍ଷିକ ବୁଝାମଣାପତ୍ର ଚୁକ୍ତି ସ୍ବାକ୍ଷର ହୋଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା କ୍ୟାପିଟାଲ୍‌ ରିଜିୟନ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌), ଶକ୍ତି ବିଭାଗର ଗ୍ରୀଡ୍‌ କର୍ପୋରେଶନ୍‌ ଅଫ୍‌ ଓଡ଼ିଶା ଲିମିଟେଡ୍‌ (ଗ୍ରୀଡ୍‌କୋ) ଏବଂ ଏନ୍‌ଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ବାକ୍ଷର ହୋଇଛି।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦଓ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ତିରୁମାଲା ନାୟକ, ଏନ୍‌ଟିପିସିର ସିଜିଏମ୍‌ ଡି. ଏମ. ଆର. ପଣ୍ଡା, ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ବାକ୍ଷର କରିଛନ୍ତି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରକଳ୍ପ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଥିବାବେଳେ ଶକ୍ତି ସଚିବ ବିଶାଳ ଦେବ ଏହି ଅବସରରେ ଉପସ୍ଥିତ ଥିଲେ। ହାଇଡ୍ରୋଜେନ୍‌ ଚାଳିତ ବସ୍‌ଗୁଡ଼ିକର ସୁପରିଚାଳନା ଦାୟିତ୍ୱ କ୍ରୁଟ୍‌କୁ ଦିଆଯାଇଥିବାବେଳେ ଏନ୍‌ଟିପିସି ହାଇଡ୍ରୋଜେନ୍‌ ଉତ୍ପାଦନ ଉପରେ ଧ୍ୟାନ ଦେବ ଏବଂ ଗ୍ରୀଡ୍‌କୋ ଅକ୍ଷୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ। ଜାତୀୟ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମିଶନ୍‌ ଅଧୀନରେ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସବୁଜ ହାଇଡ୍ରୋଜେନ ବ୍ୟବହାର ପାଇଁ ପାଇଲଟ୍‌ ପ୍ରୋଜେକ୍ଟଗୁଡିକର କାର୍ଯ୍ୟକାରୀ କରିବା ପାଇଁ ପ୍ରୋଜେକ୍ଟର ଗାଇଡଲାଇନ ଜାରି କରାଯାଇଛି। ୩ଟି ହାଇଡ୍ରୋଜେନ୍‌ ଚାଳିତ ବସ୍‌ ଏନ୍‌ଟିପିସି ଦ୍ୱାରା ନିୟୋଜିତ ହେବ। ଏଗୁଡ଼ିକ ସର୍ବସାଧାରଣରେ ଏକ ସ୍ଥାୟୀ ବିକଳ୍ପ ଯୋଗାଇ ଡିଜେଲ ବସ୍‌ ବଦଳାଇବା ପାଇଁ ଏହି ବସ୍‌ରେ ଡିଜାଇନ୍‌ କରାଯାଇଛି। ଏକ କେଜି ହାଇଡ୍ରୋଜେନ୍‌ ପ୍ରତି ବସ୍‌କୁ ୧୨ କିମି ମାଇଲେଜ୍‌ ପ୍ରଦାନ କରିବ। ପ୍ରତି ବସ୍‌ରେ ଯାତ୍ରୀମାନଙ୍କ ପାଇଁ ୪୨ଟି ସିଟ୍‌ ଏବଂ ୫୮ କେଜି ଇନ୍ଧନରେ ୬୦୦ କିମି ପର୍ଯ୍ୟନ୍ତ ଚଳାଚଳ କରିବାର କ୍ଷମତା ରହିଛି।

Leave a Reply

Your email address will not be published. Required fields are marked *