Spread the love

ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ନେତା। ଏହି ପଦବୀରେ ଥିଲେ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ନିକଟରେ ସସ୍ମିତ ସେହି ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେବା ପରେ ନୂଆ କରି ରାଜ୍ୟସଭାକୁ ଯାଇଥିବା ସନ୍ତୃପ୍ତ ମିଶ୍ର ଏହି ପଦବୀରେ ରହିବେ ବୋଲି ଆଶଙ୍କା କରାଯାଇଥିଲା।

ଆଜି ବିଜେଡି ତରଫରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦସ୍ତଖତ କରି ଏହି ଅଦଳବଦଳ ହୋଇଛି ବୋଲି ଜଣାଇଛନ୍ତି। ଏଥିରେ କୁହାଯାଇଛି ଯେ, ନିକଟରେ ରାଜ୍ୟସଭା ନିର୍ବାଚନ ପରେ ପୁରୁଣା ସଦସ୍ୟ ଅବସର ନେଇଛନ୍ତି ନୂଆ ସଦସ୍ୟ ଯୋଗ ଦେଇଛନ୍ତି। ତାହାକୁ ଲକ୍ଷ ରଖି ଏହି ଅଦଳବଦଳ କରାଯାଇଛି ବୋଲି କୁହାଯାଇଛି। ଏହି ଅଦଳବଦଳରେ ସାଂସଦ ସୁଲତା ଦେଓ ଉପନେତା ଭାବେ ନିଯୁକ୍ତି ଦିଆଯାଇଛି।

Leave a Reply

Your email address will not be published. Required fields are marked *