Spread the love

ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବରେ ରାଜ୍ୟ ଡାସବୋର୍ଡ ପୋର୍ଟାଲ୍ ଲୋକାର୍ପିତ ହୋଇଛି। ସରକାରୀ ଯୋଜନାଗୁଡ଼ିକର ତଦାରଖ ଓ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ। ରାଜ୍ୟ ଡାସବୋର୍ଡର ୩ଟି ପ୍ରମୁଖ ବର୍ଗ ହେଉଛି: ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ବିଭାଗ ଡାସବୋର୍ଡ ଓ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ।

ବର୍ତ୍ତମାନ ଏଥିରେ ୩୦ଟି ଭିନ୍ନ ଭିନ୍ନ ଡାସବୋର୍ଡରେ ୧୬ଟି ବିଭାଗ ଯୋଡ଼ି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅଧିକ ବିଭାଗ ଏଥିରେ ଅନ୍ତର୍ଭୁକ୍ତ ହେବ। ବିଭାଗଗୁଡ଼ିକର କାର୍ଯ୍ୟଦକ୍ଷତା ଏବଂ ସେମାନଙ୍କ ଦ୍ଵାରା ପରିଚାଳିତ ଯୋଜନାଗୁଡ଼ିକର ମୂଲ୍ୟାୟନ କରିବା ପାଇଁ ଏଥିରେ ଭିଜୁଆଲାଇଜେସନ୍ ଏବଂ ଆଡଭାନ୍ସଡ ଆନାଲିଟିକ୍ସର ବ୍ୟବହାର କରାଯାଇଛି।

ରାଜ୍ୟ ଡାସବୋର୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ଡାସବୋର୍ଡ ରହିଛି। ଲୋକଙ୍କ ସୁବିଧା ପାଇଁ ଏଥିରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି। ଜନ ଭାଗିଦାରୀ ଦ୍ଵାରା ବିଭାଗଗୁଡ଼ିକର ଉତ୍ତରଦାୟିତ୍ଵ ବଢିବା ସହ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ବ୍ୟବସ୍ଥାରେ ଆହୁରି ସ୍ଵଚ୍ଛତା ଆସିବ।

Leave a Reply

Your email address will not be published. Required fields are marked *