Spread the love

ଭୁବନେଶ୍ୱର, 11 ଫେବୃଆରୀ (ହି.ସ.) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଧାନାଥ ରଥଙ୍କ ପୁଣ୍ୟତିଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ କହିଛନ୍ତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଦୈନିକ ‘ସମାଜ’ର ପୂର୍ବତନ ସମ୍ପାଦକ ପଦ୍ମଭୂଷଣ ପଣ୍ଡିତ ରାଧାନାଥ ରଥଙ୍କ ପୁଣ୍ୟତିଥିରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି।

ତାଙ୍କର ସମାଜସେବା, ସାମ୍ବାଦିକତା ଏବଂ ଦେଶପ୍ରେମ ଆଜି ବି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ।

Leave a Reply

Your email address will not be published. Required fields are marked *