Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରାସ୍ତା ପାଇଁ ଅନୁଗୋଳ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ 

 

 

ଜେ ବି ଏନ, ୧୩/୦୪/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆଜକୁ ପ୍ରାୟ ଶହେ ବର୍ଷ ହୋଇଯିବ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ରେଗେଡା ପଞ୍ଚାୟତ ର ସତ୍ୟଜୟପୁର ରୁ ଅନୁଗୋଳ ବ୍ଲକର ପୁରୁଣାକୋଟ ପଞ୍ଚାୟତର ଛୁଟୁକେଇ ଗ୍ରାମକୁ ଏକ ରାସ୍ତା ସଂଯୋଗ କରିଛି। ଯାହା ଦ୍ବାରା କି ଆଖପାଖ ଅଞ୍ଚଳର ଦଶଟି ପଞ୍ଚାୟତ ର ବାସିନ୍ଦା ଏହି ରାସ୍ତା ଦେଇ ନିଜ ଝିଅ ତଥା ବନ୍ଧୁବାନ୍ଧବ ଘରକୁ ସୁବିଧାରେ ଯାତାୟାତ କରିଥାନ୍ତି ଓ ଅଧିକାଂଶ ଲୋକ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବା ପାଇଁ ଯାଆନ୍ତି।

କିନ୍ତୁ ଦୀର୍ଘ ଦିନ ହେବ ଜଙ୍ଗଲ ବିଭାଗ ଏହି ରାସ୍ତା ଟି ବନ୍ଦ କରି ରଖିଛି। ଯାହା ଦ୍ବାରା ଲୋକମାନେ ଶୁଖିଲା ଜାଳେଣୀ କାଠ ପାଇଁ ବହୁହଇରାଣ ହରକତ ହେଉଛନ୍ତି । ବନ୍ଧୁବାନ୍ଧବ ଘରକୁ ଯା ଆସ କରିବା ପାଇଁ ୩୦ କି.ମି ରାସ୍ତା କୁ ଶହେ କି.ମି ବୁଲିବୁଲି ଯିବାକୁପଡୁଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ଦଶଟି ପଞ୍ଚାୟତ ର ବାସିନ୍ଦା ଯାତାୟାତ କରିବା ପାଇଁ ଏବେ ବହୁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ତେଣୁ ଏହି ରାସ୍ତା ତଥା ଜଙ୍ଗଲ ର ସୁବିଧା ଯୋଗାଇ ଦବା ପାଇଁ ରେଗେଡା ପଞ୍ଚାୟତ ର ସରପଞ୍ଚ ଙ୍କ ସମେତ ଗ୍ରାମ ସଭାପତି,ସଂପାଦକ ଓ ଅନେକ ଗ୍ରାମବାସୀ ଆସି ଆଜି ଅନୁଗୋଳ ଜିଲ୍ଲାପାଳ ଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଛି ।