Spread the love

ନୁଆଦିଲ୍ଲୀ : ଭାରତ-ଚାଇନା ଉତ୍ତେଜନା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି। ରାହୁଲ ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ। ଏହି ସମ୍ବନ୍ଧୀୟ ମାମଲାକୁ ରଦ୍ଦ କରିବାକୁ ଆସିଥିବା ରାହୁଲଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ। ତଥାପି, ସୁପ୍ରିମକୋର୍ଟ ବର୍ତ୍ତମାନ ଲକ୍ଷ୍ନୌରେ ଚାଲିଥିବା ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଛନ୍ତି, ‘ଆପଣ କିପରି ଜାଣିଲେ ଯେ ଚାଇନା ଭାରତର ୨୦୦୦ବର୍ଗ କିଲୋମିଟର ଭୂମି ଦଖଲ କରିଛି? ଆପଣ ସେଠାରେ ଥିଲେ କି? ଆପଣଙ୍କ ପାଖରେ କ’ଣ ପ୍ରମାଣ ଥିଲା? ଯଦି ଆପଣ ଜଣେ ପ୍ରକୃତ ଭାରତୀୟ, ତେବେ ଆପଣ ଏପରି କହିପାରିବେ ନାହିଁ। ଯେତେବେଳେ ସୀମାରେ ସଂଘର୍ଷର ପରିସ୍ଥିତି ସୃଷ୍ଟି ହୁଏ, ତେବେ ଉଭୟ ପକ୍ଷର ସେନା କ୍ଷତି ସହିବା ଅସ୍ବାଭାବିକ ନୁହେଁ।’୧୬ ଡିସେମ୍ବର ୨୦୨୨ରେ, ଭାରତ ଯୋଡୋ ଯାତ୍ରା ସମୟରେ, ରାହୁଲ ଗାନ୍ଧୀ ଭାରତ-ଚାଇନା ବିବାଦ ଉପରେ ମନ୍ତବ୍ୟ ଦେଇଥିଲେ। ରାହୁଲ ଏକ ଭାଷଣରେ କହିଥିଲେ ଯେ ଚାଇନା ସୈନିକମାନେ ଭାରତୀୟ ସୈନିକଙ୍କୁ ମାରୁଛନ୍ତି। ଏହି ବୟାନକୁ ଆଧାର କରି, ବର୍ଡର ରୋଡ ଅର୍ଗାନାଇଜେସନର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଲକ୍ଷ୍ନୌରେ ରାହୁଲଙ୍କ ବିରୋଧରେ ଏକ ଫୌଜଦାରୀ ମାନହାନି ମାମଲା ଦାୟର କରିଥିଲେ।

Leave a Reply

Your email address will not be published. Required fields are marked *