Spread the love

ବ୍ରହ୍ମପୁର, ୨୯/୧୧ : ୨୦୦୨ ମସିହାରେ ଗୁଜୁରାଟର ଗୋଧ୍ରା ଠାରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ “ଦି ସାବରମତୀ ରିପୋର୍ଟ୍” ଚଳଚ୍ଚିତ୍ର ଦେଖିବାକୁ ଓଡ଼ିଶା ସରକାରଙ୍କ ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବ୍ରହ୍ମପୁର ସ୍ଥିତ ରୁକ୍ମିଣୀ ସିନେମା ହଲ୍ ରେ ସଂଧ୍ୟାରେ ଦେଖିଛନ୍ତି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ବାସ୍ତବିକ ଘଟଣା ସଂପର୍କରେ ଆଧାରିତ ଏହି ଚଳଚ୍ଚିତ୍ର ଉକ୍ତ ଘଟଣାକୁ ବହୁ ବର୍ଷ ଧରି ଚାପି ହୋଇ ରହିଥିବା ସତ୍ୟତାକୁ ପରି ପ୍ରକାଶ କରିଛି । ୨୦୦୨ ମସିହାରେ ଅଯୋଧ୍ଯାରୁ କର ସେବକ ମାନଙ୍କୁ ନେଇ ଆସୁଥିବା ସାବରମତୀ ଏକ୍ସପ୍ରେସକୁ ଗୁଜୁରାଟର ଗୋଧ୍ରା ଷ୍ଟେସନ୍ ଠାରେ ଜାଣିଶୁଣି ଜାଳି ଦିଆଗଲା ଏବଂ ଏହି ଘଟଣାକୁ କିଭଳି ଦୁର୍ଘଟଣା ବୋଲି ଦର୍ଶାଇ ସତ୍ୟ ତଥ୍ୟକୁ ଲୋକଲୋଚନକୁ ଆଣିବା ବାଧକ ସାଜିଥିବା ଘଟଣା ସମ୍ପର୍କରେ ଜନସାଧାରଣ ଏହି ଚଳଚ୍ଚିତ୍ର ଦେଖି ସତ୍ୟତା ଜାଣନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ।

ଏହି ଅବସରରେ ତାଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ସରୋଜ ସାବତ,ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ,ବରିଷ୍ଠ ନେତା ସୁରେଶ ପାଢ଼ୀ,ରମେଶ ତ୍ରିପାଠୀ, ଆସିକା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପିତବାସ ପଣ୍ଡା,କର୍ପୋରେଟର ସବିତା ସାହୁ,ବନିତା ସାହୁ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ଏସ୍.ରାଣୀ, ନିବେଦିତା ପାଢ଼ୀ,ରତ୍ନଗର୍ଭା ସରସ୍ଵତୀ ଦେବୀ,ଯୁବ ନେତା ସୁନିଲ ପାତ୍ର,ଏଲ୍ ମହୋନ ଦାସ,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଗୋପିନାଥ ପଣ୍ଡା,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଅଭିମନ୍ୟୁ ସାହୁ,ଧର୍ମରାଜ ପାଣିଗ୍ରାହୀ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ବି.ସୋମନାଥ ପାତ୍ର,କିଶୋର କୁମାର ସାହୁ,ଚଣ୍ଡୀ ଚରଣ ସାହୁ,ସଞ୍ଜୟ ଦାସ,ଅହିଂସା ସାହୁ,ଧନୁ ପାଣିଗ୍ରାହୀ,ପ୍ରବୀର ପାତ୍ର,ଜି.ରାଜେନ୍ଦ୍ର ପ୍ରସାଦ,କୁଞ୍ଜବିହାରୀ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

ସୁନିଲ କୁମାର ସାହୁ

Leave a Reply

Your email address will not be published. Required fields are marked *