Spread the love

( ରେଢ଼ୁଆ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ସେବା ନାମରେ ଚାଲିଛି ରୋଗୀ ଶୋଷଣ ନୀତି )

ଜଗତସିଂହପୁର
ତା =29/8/23
ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ରେଢ଼ୁଆ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ର ଉନ୍ନତି କରଣ | ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ | ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ଗୃହ ସମ୍ପ୍ରସାରଣ | ବାଉଣ୍ଡରି ନିର୍ମାଣ |
ଆଦି ଅନେକ ସମସ୍ୟା କୁ ନେଇ ଅଂଚଳବାସୀ ଅନେକବାର ଆନ୍ଦୋଳନ କରିବା ଦ୍ଵାରା ନିକଟରେ ଆର ଡି ସି ଏବଂ ବିଭାଗୀୟ ମନ୍ତ୍ରୀ | ଜ଼ିଲ୍ଲାପାଳ ପ୍ରମୁଖ ରେଢ଼ୁଆ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ପରିଦର୍ଶନ କରି ଆବଶ୍ୟକୀୟ ଅର୍ଥ ମଞ୍ଜୁରୀ କରିବା ସହିତ ଅଂଚଳବାସୀଙ୍କର ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ | ହେଲେ ଦୁଃଖ ଓ ପରିତାପର ବିଷୟ ସରକାର ଙ୍କ ସ୍ତରରେ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ରର ସମସ୍ତ ସମସ୍ୟା ସମାଧାନ କରାଯାଇଥିବା ବେଳେ ରେଢ଼ୁଆ ଗୋଷ୍ଟି ସ୍ଵାସ୍ତ୍ୟ କୁ ଚିକିତ୍ସା ଲାଗି ଆସୁଥିବା ରୋଗୀ ମାନଙ୍କ ସମସ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଏହି ସ୍ଵାସ୍ତ୍ୟ କେନ୍ଦ୍ର ରେ ନିୟୋଜିତ ଡାକ୍ତର ରୋଗୀ ସେବା କରିବାକୁ ସମୟ ପାଉନାହାନ୍ତି | ଡାକ୍ତରଙ୍କ ଚତୃପାର୍ଶ୍ଵ ରେ କୁଢ଼ କୁଢ଼ ବିଭିନ୍ନ ମେଡ଼ିସିନ କମ୍ପାନୀ ରିପେଁଟିଭି ଜଗି ବସି ନିଜ ନିଜ କମ୍ପାନୀ ମେଡ଼ିସିନ ରୋଗୀ ମାନଙ୍କୁ ଦେବାକୁ ଡାକ୍ତରକୁ ସୁପାରିଶ କରୁଛନ୍ତି | ଯାହା ରେଢ଼ୁଆ ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ରେ ନିୟୋଜିତ ଡାକ୍ତର ମେଡ଼ିସିନ ରେପେଣ୍ଟିଭି ଙ୍କ କଥାରେ ପରିଚାଳିତ ହୋଇ ରୋଗୀ ମାନଙ୍କୁ ବାହାର ଦୋକାନ ରୁ ମେଡ଼ିସିନ କିଣି ନେବାକୁ ବାଧ୍ୟ୍ୟ କରୁଥିବା ଅଭିଯୋଗ ହୋଇଛି | ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ନିରାମୟ ଯୋଜନାରେ ପ୍ରତ୍ୟେକ ରୋଗୀମାନଙ୍କୁ ମାଗଣାରେ ମେଡ଼ିସିନ ଯୋଗାଇ ଦେଉଥିବା ବେଳେ ସମସ୍ତ ମେଡ଼ିସିନ ରେଢ଼ୁଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉପଲବ୍ଧ ଥିଲେ ସୁଦ୍ଧା ଡାକ୍ତର କାହା ସ୍ୱାର୍ଥରେ ବାହାର ମେଡ଼ିସିନ ଦୋକାନ ରୁ ମେଡ଼ିସିନ କିଣିବାକୁ ରୋଗୀମାନଙ୍କୁ ସୁପାରିଶ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ରାଜ୍ୟ ସ୍ଵାସ୍ତ୍ୟ ବିଭାଗ ରେଢ଼ୁଆ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିୟୋଜିତ ଡାକ୍ତର ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ର ବୁଦ୍ଧିଜୀବୀ ଜନ ସାଧାରଣ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *