Spread the love

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ

କନ୍ଧମାଳ, ତା, ୦୨/୦୭:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍‌ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ମାତ୍ର ଛୁଟି ସମୟରେ ଜାରି ରହିବ ପରୀକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ। କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ହେଲାଣି ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ଫଳରେ ବିଭିନ୍ନ ନଦୀ,ନାଳ ଫୁଲିବା ସହିତ ବହୁ ଅଞ୍ଚଳ ଜଳାର୍ଣ୍ଣବ ହେଇଛି। ଏ ନେଇ କନ୍ଧମାଳ ଜିଲ୍ଲା ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଠାରୁ ଆଜି ଗୁରୁବାର ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ମିଶାଇ ମୋଟ ୪୬୭.୨ ମଲିମିଟର ବର୍ଷା ହୋଇଛି। ବାଲିଗୁଡା ରେ ସର୍ବାଧିକ ୯୦ ମିଲିମିଟର ବର୍ଷା ହୋଇ ରେକର୍ଡ କରାଯାଇଥିବା ବେଳେ ଖଜୁରୀପଡ଼ାରେ ୭୫.୨ ମିଲିମିଟର ଏବଂ ଫିରିଙ୍ଗିଆରେ ୭୨.୬ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ସମ୍ଭାଵ୍ୟ ଅତିରୁ ଅତି ପ୍ରବଳ ବର୍ଷା ସ୍ଥିତିର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଇଛି ବୋଲି କନ୍ଧମାଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *