Spread the love

ଲଷ୍ମୀ ବସ ଦୁର୍ଘଟଣାରେ ଛାତ୍ର ଙ୍କ ମୃତ୍ୟୁ

ବ୍ରହ୍ମପୁର,ଗୋପାଳପୁର ନୁର୍ବାଚନ ଅନ୍ତର୍ଗତ ଅରରୁଆ ପଲ୍ଲୀ ଶଙ୍ଖ ନିକଟରେ ଲଷ୍ମୀ ବସ ଗାଡି ନମ୍ବର OD07AT9551ଧକା ଦେବା ଫଳରେ ଗଞ୍ଜୁ ଅଞ୍ଚଳର ୨୩ ବର୍ଷୀୟ ଯୁବକ ଅଭିନାଶ ଆଚାର୍ଯ୍ୟ ଙ୍କ ମୃତ୍ୟୁ ଘଟିଛି।ସେ ନିଷ୍ଟ ୟୁନିଭେର୍ସିଟି ତୃତୀୟ ବର୍ଷର ଛାତ୍ର ଥିଲେ।ସୂଚନା ଅନୁଯାଇ ଅଭିନାଶ ଏକ ମଟର ସାଇକେଲ ଯୋଗେ ଆରୁଆ ପଲ୍ଲୀ ଠାରୁ କଲେଜ ଯାଉଥିବା ସମୟରେ ବସଟି ବାଇକଟି କୁ ଧକା ଦେଇଥିଲା ଯାହା ଫଳରେ ଅଭିନାଶ ଗୁରୁତର ଆହତ ହୋଇଥିଲେ।ଅଭିନାଶ ଙ୍କୁ ପ୍ରଥମେ ଏମକେସିଜି ନିଆଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଏକ ଘରେଇ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁଘଟିଥିଲା।ଏହି ଘଟଣା କୁ ନେଇ ଟ୍ରାଫିକ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *