Spread the love

ଶିକ୍ଷକ ଅନ୍ୟତ୍ର ବଦଳୀ କୁ ନେଇ ସ୍କୁଲରେ ତାଲା ପକାଇଲେ ଅବିଭାବକ

ଛାତ୍ରଛାତ୍ରୀ ମାନେ ଆମ ସ୍କୁଲର ଜାନୀ ସାର୍ କୁ ଅନ୍ୟତ୍ର ପଠାଇଲେ ଆମେ ସ୍କୁଲ ଯୁବୁ ନାହିଁ। ଏମିତି କହିବା ପରେ ଅବିଭାବକ ମାନେ ବିଇଓଙ୍କୁ ଲିଖିତ ଅଭିଯୋଗ ଦେଇ ସାର୍ କୁ ଅନ୍ୟତ୍ର ନ ପଠାଇବା ପାଇଁ ଅନୁରୋଧ କରିଥିଲେ। ହେଲେ ସେହି ସାର୍ ଡେପୁଟେସନରେ ଯିବାକଥା ଜାଣିବାକୁ ପାଇ ସ୍କୁଲ କୋକସରା ବ୍ଲକ ନୂଆଗୁଡ଼ା କାଦୋପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗେଟରେ ତାଲା ପକାଇ ଅବିଭାବକ ଓ ଛାତ୍ରଛାତ୍ରୀ ଆଜି ଆନ୍ଦୋଳନ କରିଛନ୍ତି।

ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ତେବେ ବିଦ୍ୟାଳୟରେ ୬୬ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ସେମାନଙ୍କୁ ଶିକ୍ଷାଦାନ ପାଇଁ ୫ଜଣ ଶିକ୍ଷକ ରହିଛନ୍ତି। ଏପଟେ ବିଦ୍ୟାଳୟର ଦୁର୍ଯ୍ୟୋଧନ ଜାନୀ ନାମକ ଜଣେ ଶିକ୍ଷକଙ୍କୁ ଡୁମେରବାହାଲ ସ୍କୁଲକୁ ଶିକ୍ଷା ବିଭାଗ ପକ୍ଷରୁ ଡେପୁଟେସନରେ ପଠା ଯାଉଛି। ଏହି ଖବର ସୁଣିବାପରେ ପରିଚାଳନା କମିଟି ଓ ଅବିଭାବକ ମାନେ ପୂର୍ବରୁ ବିଇଓଙ୍କୁ ଲିଖିତ ଭାବେ ଏକ ଅଭିଯୋଗ କରିଥିଲେ। ଏବଂ ଶିକ୍ଷକ ଦୁର୍ଯ୍ୟୋଧନ ଜାନୀଙ୍କୁ ସ୍କୁଲରେ ରହିବା ନେଇ ଦାବି କରିଥିଲେ। ତେବେ ଶିକ୍ଷକ ଦୁର୍ଯ୍ୟୋଧନ ଜାନୀଙ୍କୁ ସେଠାକୁ ଡେପୁଟେସନରେ ପଠାଇବା ଚୁଡ଼ାନ୍ତ ହୋଇଥିବା ଖବର ପୁଣି ଥରେ ସୁଣିବାପରେ ସୋମବାର ସ୍କୁଲ ଗେଟ୍ ଆଗରେ ଅବିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ତାଲା ପକାଇ ଶିକ୍ଷକ ଶ୍ରୀଜାନୀଙ୍କୁ ସେଠାକୁ ନ ପଠାଇବା ପାଇ ପ୍ରତିବାଦ କରିଛନ୍ତି।

ଖବର ପାଇ କୋକସରା ନେଡାଲ ସିଆରସିସି ବୈକୁଣ୍ଠ ଜାଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଆଲୋରାଣି ହଲଦର ପହଞ୍ଚି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଳ ରହିଥିଲେ। ପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ବିଇଓଙ୍କୁ ଜଣାଇଥିଲେ। ଏହାପରେ ଆନ୍ଦୋଳନରତ ଅବିଭାବକ ମାନଙ୍କୁ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଯାଇ ଆଲୋଚନା କରିବା ପାଇଁ କହିଥିଲେ ମଧ୍ୟ ଆନ୍ଦୋଳନ ଜାରୀ ରହିଛି।
କଳାହାଣ୍ଡି ଜିଲ୍ଲା ରୁ ତିରୁପତି ପାତ୍ର ଙ୍କ ସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *