Spread the love

ଶିକ୍ଷକ ଗୌରବ ବନମାଳି ବ୍ରହ୍ମଚାରୀଙ୍କ 34 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ଭୁବନେଶ୍ୱର, ଆଜି ସ୍ଥାନୀୟ ରେଡ଼କ୍ରସ ଭବନ ସମ୍ମିଳନୀ କକ୍ଷରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚ ପକ୍ଷରୁ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ 34ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି.ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚର ମୁଖ୍ୟ ଉପଦେଷ୍ଟା ମାଧବ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ବାର୍ଷିକୀରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଯୋଗଦେଇ ପୁଣ୍ୟାତ୍ମା ଶ୍ରୀ ବନମାଳୀ ବ୍ରହ୍ମଚାରୀଙ୍କ ସ୍ମୃତିଚାରଣ କରିଥିଲେ.ଓଡ଼ିଶାର ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ,ଶିକ୍ଷକ ସମାଜକୁ ପ୍ରତିକୂଳ ପରିସ୍ଥିତିରେ ଏକାଠି କରିବା ପାଇଁ,ରାଜ୍ୟର କୋଣ ଅନୁକୋଣରେ ଅଣ ସଂଗଠିତ ଥିବା ଶିକ୍ଷକ ମାନଙ୍କୁ ସଂଗଠିତ କରି ଶିକ୍ଷକ ମାନଙ୍କ ଚାକିରି ସୁରକ୍ଷା,ଚାକିରି ସର୍ତ୍ତାବଳି ସରକାରଙ୍କଠାରୁ ଆଦାୟ କରି ଏକ ବିରାଟ ପରିବର୍ତନ ପାଇଁ ଜାଗ୍ରତ ପ୍ରହରୀ ଭଳି କାମ କରିଥିବାରୁ ଏବଂ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ମଞ୍ଚ ପ୍ରତିଷ୍ଠା କରିଥିବାରୁ ସେହି ପୁଣ୍ୟାତ୍ମା ଙ୍କ ଶ୍ରାଦ୍ଧ ଦିବସ ପାଳନ କରି ତାଙ୍କୁ ମନେ ପକାଉଛୁ ବୋଲି କହିଛନ୍ତି ନିଖିଳ ଉତ୍କଳ ଅବସରପ୍ରାପ୍ତ ନିମ୍ନ ମାଧ୍ୟମିକ ଶିକ୍ଷକ ମଞ୍ଚର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା.ସ୍ବର୍ଗତ ବନମାଳୀ ବ୍ରହ୍ମଚାରୀଙ୍କ ଅବଦାନକୁ ଏହି ମଞ୍ଚ ମନେରଖିବ ଓ ତାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଥିବ ଏବଂ ତାଙ୍କରି ସ୍ମୃତିରେ ଆଜି ମଧ୍ୟ ପାଞ୍ଚ ଜଣ ଶିକ୍ଷାବିତ,ସମାଜସେବୀଙ୍କୁ ସମ୍ମାନିତ କରାଯାଇଛି ବୋଲି କହିଛନ୍ତି ମଞ୍ଚର ରାଜ୍ୟ ସଭାପତି ଭାଗ୍ୟଧର ପ୍ରଧାନ.
ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *