Spread the love

ବିଷୟ____ଯାଜପୁର ଜିଲ୍ଲା ବିଞାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞାୟତର କୁସୁନପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ,ପରୋପକାରୀ ତଥା ଧର୍ମପରାୟଣ ବ୍ୟକ୍ତିତ୍ବ ଓ ଶାନ୍ତ ବ୍ୟକ୍ତି ଲଷ୍କୀଧର ବେଉରିଆଙ୍କ ପରଲୋକରେ ତାଙ୍କ ବାସଭବନରେ ସମାଜସେବୀ ଜଜେୟ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହିଶୋକ ସଭାରେ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ପ୍ରଶାନ୍ତ କୁମାର ନାୟକ,ଗୋବିନ୍ଦ ବେଉରିଆ,ଉପେନ୍ଦ୍ର କୁମାର ବେହେରା,ଶ୍ରୀବସ ଦାଶ,ରବିନ୍ଦ୍ର କୁମାର ବିଶ୍ଵାଳ,ନରଞନ ଗୁରୁ ପ୍ରମୁଖ ଯୋଗଦେଇ ଥିଲେ।
ସ୍ବର୍ଗତ ବେଉରିଆ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲାରେ ସେ ନିଜର ଚାକିରୀ ଜିବନ ଆରମ୍ଭ କରି ବିଞାରପୁର ବ୍ଳକର କୁସୁନପୁର ଠାରେ ଥିବା ଛୋଟାଗଡି ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ।ତାଙ୍କ ଜୀବନ କାଳରେ ସେ ବହୁ ମଠ,ମନ୍ଦୀର ଆଦି ନିର୍ମାଣ କରିଛନ୍ତି ।ତାଙ୍କ ବିୟୋଗରେ ସାର ବିଞାରପୁର ବ୍ଳକରେ ଶୋକର ଛାୟା ଖେଳିଯାଇଛି ।ଆଜିର ଏହି ଶୋକସଭାରେ ସ୍ବର୍ଗତ ବେଉରିଆଙ୍କ ପୁତ୍ର ,କନ୍ୟା,ଜୋଇଁ ପ୍ରମୁଖ ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ପ୍ରମିଳା ମଲ୍ଲିକ,ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାଶ,ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ,ବବିତା ମଲ୍ଲିକ,ନିରଞ୍ଜନ ବେଉରିଆ,ପୁରୁଷୋତ୍ତମ ବେହେରା ପ୍ରମୁଖ ଯୋଗଦେଇ ଥିଲେ।

ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *