ପୃର୍ବତନ ଶିକ୍ଷକ ନେତା ବିରେନ୍ଦ୍ର ପଣ୍ଡାଙ୍କ ପ୍ରଥମ ଶ୍ରଦ୍ଧା ବାର୍ଷିକୀ ପାଳିତ

ଯାଜପୁର __ ଆଳି ବ୍ଳକ ଅନ୍ତର୍ଗତ ବଡାମ୍ବିଳା ପଞ୍ଚାୟତର ବାଲିଅଡା ଗ୍ରାମର ପ୍ରାକ୍ତନ ଶିକ୍ଷକ ନେତା ତଥା ସମାଜସେବୀ ସ୍ବର୍ଗତ ବିରେନ୍ଦ୍ର ପଣ୍ଡାଙ୍କ ପ୍ରଥମ ଶ୍ରଦ୍ଧା ବାର୍ଷିକୀ ଉସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ବାବନ ଚରଣ ବେହୁରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ କବି ଗୋବିନ୍ଦ ଚନ୍ଦ୍ର ନନ୍ଦ, ଆଳି ବ୍ଳକ ନାଗରିକ ମଞର ସଭାପତି ଧନେଶ୍ଵର ରାଉତ, ଶିକ୍ଷୟିତ୍ରୀ ଉଷାରାଣୀ ମଲ୍ଲିକ, ଶିକ୍ଷୟିତ୍ରୀ ମନୋଜା ମହାନ୍ତି,କବି ପ୍ରଫୁଲ୍ଲ କୁମାର ମହାନ୍ତି, ଆଦିକନ୍ଦ ପଣ୍ଡା, ବିଦ୍ୟାଧର ପଣ୍ଡା, ବିଜୟ ମହୀ, ବୃନ୍ଦାବନ ପଣ୍ଡା, ମଧୁସୂଦନ ଦାସ, ମହେଶ୍ୱର ସାହୁ, ନାରାୟଣ ଦାସ, ତ୍ରୈଲୋକ୍ୟ ପଣ୍ଡା, ଦେବ ପାତ୍ର, ବିଜୟ ପରିଡା, ଭକ୍ତି ପ୍ରସାଦ ରଥ ଙ୍କ ସମେତ ସ୍ବର୍ଗତ ପଣ୍ଡାଙ୍କୁ ଭଲ ପାଉଥିବା ଆଳି ଅଞ୍ଚଳର ବ୍ୟକ୍ତି ବିଶେଷ ତଥା ଶିକ୍ଷକ ମଣ୍ଡଳୀ ଉପସ୍ଥିତ ରହି ସ୍କୁତି ଚାରଣ କରି ଥିଲେ। ସ୍ବର୍ଗତ ପଣ୍ଡା ଏକାଧାରରେ ଜଣେ ଶିକ୍ଷକ ନେତା, ସମାଜସେବୀ ଓ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବାରେ ସେ ଥିଲେ ସିଦ୍ଧହସ୍ତ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ସ୍ବର୍ଗତ ପଣ୍ଡାଙ୍କ ଧର୍ମପତ୍ନୀ ପ୍ରେମଲତା ପଣ୍ଡା, ପୁତ୍ର ଚନ୍ଦନ ବିପିନ ପୁତ୍ରବଧୂ ନାତି ନାତୁଣୀ ଝିଅ ଜୋଇଁ ଓ ବନ୍ଧୁ ବର୍ଗ ସମସ୍ତେ ଉପସ୍ଥିତ ଥିଲେ। ଶେଷରେ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *