Spread the love

ଶିଶୁଙ୍କ ଖାଦ୍ୟ ରନ୍ଧା ହେଉଛି ସହାୟିକାଙ୍କ ଘରେ

ଭଟଲି :- ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଶିଶୁ ମାନଙ୍କୁ ଗରମ ରନ୍ଧା ଖାଦ୍ୟ ପ୍ରଦାନ କରିବା ପାଇଁ ରନ୍ଧନ ଗ୍ୟାସ, ରୋଷେଇ ଉପକରଣ, ଖାଦ୍ୟ ସାମଗ୍ରୀ ତଥା ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି । ସେଥିପାଇଁ ଜଣେ ସହାୟିକା ମଧ୍ୟ ନିଯୁକ୍ତ ରହିଛନ୍ତି । କିନ୍ତୁ କିଛି ଅଙ୍ଗନୱାଡି କେନ୍ଦ୍ରରେ ଖାଦ୍ୟ ରନ୍ଧା ନଯାଇ ସହାୟିକା ନିଜ ଘରେ ସେହି ଖାଦ୍ୟ ପ୍ରସ୍ତୁତ କରି ଆଣୁଥିବା ନଜରକୁ ଆସିଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଚଢେଇଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆମ ଅଙ୍ଗନୱାଡି କେନ୍ଦ୍ର ବନଛୋରଡିହି – ସି ଠାରେ । ପାଣି ଅଭାବ ଦର୍ଶାଇ ଏହି କେନ୍ଦ୍ର ଠାରେ ରନ୍ଧା ନ ଯାଇ ସହାୟିକା ଙ୍କ ଘରୁ ରନ୍ଧା ଖାଦ୍ୟ ଆସୁଛି। ଏଠାରେ ଥିବା ନଳକୂପ ଖରାପ ହୋଇଯିବା ପରେ ତାକୁ ମରାମତି କରି ମୋଟର ପମ୍ପ ଖଞ୍ଜି ଦିଆଯାଇଥିଲା । କିନ୍ତୁ ତାହା ମଧ୍ୟ ଅଚଳ ହେବା ପରେ ଆଜକୁ ପ୍ରାୟ ଏକ ବର୍ଷ ଉପରେ ହେବ ସେହିପରି ପଡି ରହିଛି । ଅଙ୍ଗନୱାଡି କର୍ମୀ ବାରମ୍ବାର ସ୍ଥାନୀୟ ସରପଞ୍ଚ ,ସିଡିପିଓ ତଥା ଗ୍ରାମବାସୀଙ୍କୁ ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳି ପାରିନାହିଁ । ଏହି ଅଙ୍ଗନୱାଡି କେନ୍ଦ୍ରର ଅନତି ଦୂରରେ ଏକ ନଳ କୂପ ରହିଛିା କିଛି ଦିନ ସେଠାରୁ ପାଣି ଆଣି ଖାଦ୍ୟ ରନ୍ଧା ଯିବା ପରେ ସହାୟିକା ନିଜ ଶାରିରୀକ ଅସୁସ୍ଥତା ଦର୍ଶାଇ ଏବେ ନିଜ ଘରେ ଛୁଆ ମାନଙ୍କ ଖାଦ୍ୟ ପ୍ରସ୍ତୁତ କରି ଆଣି କେନ୍ଦ୍ରରେ ପରିବେଷଣ କରାଯାଉଥିବା ଅଙ୍ଗନୱାଡି କର୍ମୀ କହିଛନ୍ତି । ଏହା ବ୍ୟତୀତ ଏହି କେନ୍ଦ୍ରର ପାରିପାର୍ଶ୍ୱିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ସେଠାରେ ଥିବା ଗଛ କାଟି ଡାଳ ଗୁଡିକ ସେଠାରେ ରଖାଯାଇଥିବା ଯୋଗୁଁ ଅପରିଷ୍କାର ହୋଇ ପଡି ରହିଛି । ଯେଉଁଠାରେ ଏହି କୋମଳମତି କୁନି କୁନି ଛୁଆମାନେ ବସି ପାଠ ପଢୁଛନ୍ତି ସେହି ବାରଣ୍ଡା ସଂଲଗ୍ନ ହୋଇ ଉଇ ହୁଙ୍କା ଭରି ରହିଛି । ଯଦି ସେଠାରେ କୌଣସି ବିଷାକ୍ତ ଜୀବ ଥିବେ ତେବେ ଏ ଶିଶୁମାନଙ୍କ ପ୍ରତି ଅଘଟଣର ଆଶଙ୍କା ରହୁଛିା ଏଥିପ୍ରତି କତୃପକ୍ଷ ନଜର ଦେବା ଆବଶ୍ୟକତା ରହିଛି । ପ୍ରକାଶ ଥାଉ କି ଏହି ଅଙ୍ଗନବାଡ଼ି କେନ୍ଦ୍ରର ମୋଟ ଶିଶୁ ସଂଖ୍ୟା ୧୪ ଅଟେ ଏବଂ କେଉଁ କାରଣରୁ ସରକାରୀ ନିର୍ଦ୍ଦେଶାବଳୀ କୁ ଉଲଘଂନ କରି ମନମୁଖୀ କାର୍ଯ୍ୟ ଚାଲିଛି ତାହା ତଦନ୍ତ ସାପେକ୍ଷ ।

Leave a Reply

Your email address will not be published. Required fields are marked *