Spread the love

“ଶିଶୁ ପାଇଁ ଦିନଟିଏ ” କାର୍ଯ୍ୟକ୍ରମର ତ୍ରୟ ମାସିକ ସମୀକ୍ଷା ବୈଠକ ଏବଂ ସମ୍ଭବ କାର୍ଯ୍ୟକ୍ରମ ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

 

ଢେଙ୍କାନାଳ :11/10-ଆଜି ଅପରାହ୍ନ ରେ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତା ରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମର ତ୍ରୟମାସିକ ସମୀକ୍ଷା ବୈଠକ ଏବଂ ସମ୍ଭବ କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି l ଏହି ବୈଠକ ରେ ଯୋଗ ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ଶିଶୁ ମାନଙ୍କର ସାମଗ୍ରିକ ବିକାଶ ଆମର ଦାୟିତ୍ୱ l ଗୋଟେ ଦେଶର ବିକାଶ ଏହାର ଶିଶୁମାନଙ୍କ ବିକାଶ ଉପରେ ନିର୍ଭରଶୀଳ l ଢେଙ୍କାନାଳ ଜିଲ୍ଲାରେ ପ୍ରତି 1000 ପୁରୁଷ ମଧ୍ୟରେ 927 ଜଣ ମହିଳା ଅଛନ୍ତି l ଏହି ସମ୍ଭବ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସଂଖ୍ୟା କୁ ବୃଦ୍ଧି କରାଯାଇ ପାରିବ l

କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମିତା ଶର୍ମା ଯୋଗଦେଇ ସମ୍ଭବ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l ସେ କହିଥିଲେ ଯେ, ସମ୍ଭବ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ମହିଳା ଓ ଶିଶୁ ମାନଙ୍କ ବିକାଶ ପାଇଁ ଏକ ଅଭିନଵ ପ୍ରୟାସ l ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଗୁଡିକ ହେଲା -ମହିଳା ଓ ଶିଶୁ ମାନଙ୍କ ସାମଗ୍ରିକ ବିକାଶ l ଶିଶୁ ସୁରକ୍ଷା, ବାଲ୍ୟ ବିବାହ ଉପରେ ରୋକ, ଶିଶୁ ଶ୍ରମିକ ଉପରେ ରୋକ, ମାନବ ଚାଲାଣ ଉପରେ ରୋକ, ଯେଉଁ ପିଲାମାନେ ଅଧାରୁ ପାଠ ପଢା ଛାଡ଼ୁଛନ୍ତି ସେମାନଙ୍କୁ ପୁଣି ଥରେ ସ୍କୁଲ କୁ ଫେରାଇ ଆଣିବା l ଏହି କାର୍ଯ୍ୟକ୍ରମ ର ସମୀକ୍ଷା ପାଇଁ ଏକ କମିଟି ଗଠନ କରାଯାଇଛି ଯାହାକି ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ଥରରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିବେ l

କାର୍ଯ୍ୟକ୍ରମର ପରିଚାଳନା ୟୁନିସେଫ ର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଅଙ୍ଗୁରବାଳା ମିଶ୍ର କରିଥିଲେ l ସେ ପି. ପି. ଟି ମାଧ୍ୟମରେ ତଥ୍ୟମାନ ଉପସ୍ଥାପନା କରିଥିଲେ l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ 2200 ଅଙ୍ଗନବାଡ଼ି କର୍ମୀ ପ୍ରତ୍ୟେକ ଜଣେ ଜଣେ କିଶୋରୀ ଙ୍କୁ ଏକ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କରିବେ l ଯେଉଁ କିଶୋରୀ ମାନେ କି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣ ରେ ପଛରେ ଥିବେ ଏବଂ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବେ l ଏଯାବତ ଜିଲ୍ଲାରେ ମୋଟ 136ଟି ବାଲ୍ୟ ବିବାହ କୁ ଏହି କାର୍ଯ୍ୟକ୍ରମ ଦ୍ୱାରା ରୋକାଯାଇପାରିଛ l କାର୍ଯ୍ୟକ୍ରମ ଶେଷରେ ଏହି ପରିପ୍ରେକ୍ଷୀରେ କରଯାଇଥିବା ପ୍ରତିଯୋଗିତା ରେ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ସାହୁ, ଡି. ପି. ଏମ. ଏନ. ଏଚ. ଏମ ଶ୍ରୀମତୀ ସୋନାଲି ପ୍ରିୟଦର୍ଶିନୀ, ଡି. ପି. ସି ମିଶନ ଶକ୍ତି ଶ୍ରୀମତୀ ଶେଫାଳି ପ୍ରିୟଦର୍ଶିନୀ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀ ପୁଷ୍ପକ ତ୍ରିପାଠୀ, ଜିଲ୍ଲାର ସମସ୍ତ ସି. ଡି. ପି. ଓ, ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀ ଏବଂ ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ବାଳିକା ମାନେ ଯୋଗ ଦେଇଥିଲେ l

 

Leave a Reply

Your email address will not be published. Required fields are marked *