Spread the love

ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧୋତ୍ସବ ପାଳିତ

 

ଢେଙ୍କାନାଳ, ତା, ୧୧.୧୦.୨୦୨୩

ଆଜି ପୂର୍ବାହ୍ନରେ ଭୁବନ ବ୍ଲକ ଅନ୍ତର୍ଗତ ରକ୍ତତୀର୍ଥ ନୀଳକଣ୍ଠପୁର ଗ୍ରାମସ୍ଥିତ ଶହୀଦ ବାଜି ରାଉତ ସ୍ମୃତି ପୀଠ ଠାରେ ଶହୀଦ ବାଜି ରାଉତ ସମୃତି ପରିଷଦ, ନୀଳକଣ୍ଠପୁର ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଶହୀଦ ବୀର ବାଜି ରାଉତଙ୍କ ଶୁଦ୍ଧୋତ୍ସବ ସମାରୋହରେ ପାଳିତ ହୋଇଯାଇଛି । ପୀଠ ସ୍ଥିତ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ଏବଂ ଶହୀଦ ସ୍ମୃତି ସ୍ତମ୍ଭରେ ଅତିଥିମାନେ ପୁଷ୍ପାଞ୍ଜଳି ପ୍ରଦାନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ମାନ୍ୟବର ମନ୍ତ୍ରୀ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ ସମସ୍ତ ଅତିଥ୍‌ ନୀଳକଣ୍ଠପୁର ବ୍ରାହ୍ମଣୀ ନଦୀଘାଟ ଠାରେ ତିଳତର୍ପଣ କରିଥିଲେ । ସଂଗ୍ରାମର ଉଦ୍ଦେଶ୍ୟ ଥିଲା ସ୍ଵାଧୀନ ଜୀବନ ଯାପନ । ଦେଶ ମାତୃକାର ରକ୍ଷା ନିମନ୍ତେ ବାଳକ ବାଜି ରାଉତଙ୍କ ତ୍ୟାଗ ଅତି ମହାନ ବୋଲି ମୁଖ୍ୟ ଅତିଥ୍‌ କହିଥିଲେ । ତାଙ୍କ ତ୍ୟାଗର ନିଦର୍ଶନ ସ୍ବରୂପ ରକ୍ତ ତୀର୍ଥ କ୍ଷେତ୍ର ଏହି ନୀଳକଣ୍ଠଗ୍ରାମର ସାମଗ୍ରିକ ବିକଶ ନିମନ୍ତେ ଅଧିକ ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ପ୍ରକାଶ କରିଥିଲେ ।

ଉତ୍ସବରେ ଉଦ୍ଘାଟକ ଭାବେ ଯୋଗ ଦେଇ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ବାଜି ରାଉତଙ୍କ ବଳିଦାନ ଅନନ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଦେଶପ୍ରେମ ଜନମାନସରେ ସଂଚାରିତ ହେଉ ବୋଲି କହି ଦେଶ ସେବା ନିମନ୍ତେ ନିସ୍ବାର୍ଥ ଭାବ ନେଇ ସ୍ବତଃ ପ୍ରବୃତ ଭାବେ ଆଗେଇ ଆସିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।

ଉତ୍ସବରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଅନ୍ୟତମ ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି (ସାଧାରଣ), ଭୁବନ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ସିପା ବରାଳ, ମହୁଲପାଳ (କଣପାଳ) ସରପଞ୍ଚ ଶ୍ରୀମତୀ ଲିପ୍ସା ରାଉତ, ଭୁବନ ଏନ.ଏ.ସି. ଚେୟାରମ୍ୟାନ ଶ୍ରୀ ଶୁଭେନ୍ଦୁ କୁମାର ସାହୁ, କାମାକ୍ଷାନଗର ଏନ.ଏ.ସି. ଚେୟାରମ୍ୟାନ ଶ୍ରୀ ଧର୍ମାନନ୍ଦ ପରିଡା ପ୍ରମୁଖ ବାଜି ରାଉତଙ୍କ ସମୃତି ଚାରଣ କରି ତାଙ୍କର ମହାନତା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।

ଏହି ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସ୍ଵରୂପ ଆରକ୍ଷୀ ବାହିନୀ ପକ୍ଷରୁ ରାଷ୍ଟ୍ରୀୟ ସଲାମି ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ବାଜି ରାଉତଙ୍କ ଦୟଦମାନଙ୍କୁ ମାନ୍ୟବର ମନ୍ତ୍ରୀ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ସତ୍ୟନାରାୟଣ କର ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଉତ୍ସବରେ ନୀଳକଣ୍ଠପୁର ଓ ଭୁବନ ଗ୍ରାମବାସୀ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧୁମନେ ଯୋଗ ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶହୀଦ ବାଜି ରାଉତ ସୂମୃତି ପରିଷଦର ସଭାପତି ଶ୍ରୀ କୋଦଣ୍ଡଧର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶହୀଦ ବୀର ବାଜି ରାଉତଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଆଜି ସକାଳେ ବାଜି ଚୌକସ୍ଥିତ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ମୀନାରରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ପୌର ପରିଷଦର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର କୁଅଂର, ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ପୌରାଞ୍ଚଳର ପାରିଷଦ ବୃନ୍ଦ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ

କରିଛନ୍ତି ।

Leave a Reply

Your email address will not be published. Required fields are marked *