Spread the love

*ଶେଷରେ କଳାପାଣି ମଣ୍ଡିରୁ ଧାନ ଉଠିଲା*

:ବରଗଡ:୨/୧୨(ପବିତ୍ର ମେହେର) ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ କଳାପାଣି ମଣ୍ଡି ପରିସରରେ ଚାଲିଥିବା ଧାରଣା ସ୍ଥଳକୁ ସବକଲେକ୍ଟର ପ୍ରସନ୍ନ କୁମାର ପାଣ୍ଡେ ଏବଂ ଜିଲ୍ଲା ନିବନ୍ଧକ ଅଧିକାରୀ ଯୁଗଳ ଦାସ ଧାରଣା ରତ ଚାଷୀନେତାଙ୍କ ସାଙ୍ଗରେ ଆଲୋଚନା କରିଥିଲେ।

ସଂଗଠନର ସଦସ୍ୟଙ୍କ ସହ ଦୀର୍ଘ ୨ ଘଣ୍ଟା ଆଲୋଚନା କରିବା ପରେ କିଛି ଦାବୀ ପୂରଣ କରିଥିବା ବେଳେ କିଛି ଦାବୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ଲିଖିତ ପ୍ରତିଶୃତି ଦେଇଛନ୍ତି। ଆଜିଠାରୁ ବିଧିବଦ୍ଧ ଭାବେ ପି -ପାସ ବ୍ୟବସ୍ତା ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ କଷ୍ଟ ଉପାର୍ଜିତ ସମସ୍ତ ଧାନ କିଣାଯିବ ଏବଂ ଯେଉଁ ମାନେ ଚଳିତ ଖରିଫ ୨୦୨୫/୨୬ପଞ୍ଜିକରଣରୁ ବାଦ ପଡିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ଉଚ୍ଚ ଅଧିକାରୀଙ୍କୁ ଅନୁମୋଦନ ନିମନ୍ତେ ପ୍ରଦାନ କରାଯାଇଛି ଯାହା ଫଳରେ ସେମାନଙ୍କ ଧାନ ବିକ୍ରି କାର୍ଡ ତୁରନ୍ତ ହୋଇଯିବ ବୋଲି ମତ ଦେଇଥିଲେ। ଚଳିତ ବର୍ଷ ୫୮ଟି ସୋସାଇଟି ଜରିଆରେ ୨୩୦ ଗୋଟି ଧାନ କିଣା ସ୍ଥାନ ମାଧ୍ୟମରେ ଚାଷୀଙ୍କ ଠାରୁ ସିଧାସଳଖ ଧାନ କ୍ରୟ କରିବାର ବ୍ୟବସ୍ଥା କରାଯାଇଛି। ବର୍ଦ୍ଧିତ ଧାନ କ୍ୟୁଣ୍ଟାଲ ପ୍ରତି ୬୯ଟଙ୍କାର ସହାୟକ ମୂଲ୍ୟ ବାବଦରେ ପାଇଥିବା ଅଭିଯୋଗ ସରକାରକୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ। ମଣ୍ଡିରେ ଚାଷୀଙ୍କ ଧାନ ପଡ଼ିବାର ୪୮ଘଣ୍ଟା ମଧ୍ୟରେ କ୍ରୟ କରିବାକୁ ଚେଷ୍ଟା କରାଯିବ। ଜିଲ୍ଲାର ସମସ୍ତ ଚାଷୀଙ୍କ ଟୋକନ ଜାନୁୟାରୀ ଶେଷ ସୁଦ୍ଧା କାର୍ଯ୍ୟକାରୀ କରି ସମସ୍ତ ଧାନ କିଣା ଶେଷ କରାଯିବ ଏବଂ ଧାନର ମାନ ନିରୀକ୍ଷଣ କରିବା ପାଇଁ ମିଲର ମାନଙ୍କ ସହଯୋଗ ନିଆଯିବ ନାହିଁ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ପୂଜାର୍ଜନା କରି ନଡ଼ିଆ ଭାଙ୍ଗି ଚାରି ଜଣ ଚାଷୀ ସୁକୋମଳ ବାସ, ହିମାଂଶୁ ନାୟକ, ୟୁ ସତ୍ୟନାରାୟଣ,ୟୁ ସୁଷମା ଙ୍କ ୨୬୫ କ୍ୟୁଣ୍ଟାଲ ଧାନ କିଣା ଯାଇ ଗୋଦାବରୀ ଫୁଟ ପ୍ରଡ଼କ୍ସନ ମିଲକୁ ପଠାଯାଇଥିଲା। ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ଉତ୍ପନ୍ନ ଭୋଇ, ଅଜିତ ଶତପଥୀ, ରମେଶ ମହାପାତ୍ର, ସୁରେଶ କର୍ଣ୍ଣ, ବିରେନ କର, କାରଣ ସାହୁ, ସୁବାସ ପଧାନ, ରବିଶଙ୍କର ପଧାନ, ବୀରବଳ ମହାକୁଡ଼, ରୋହିତ ପଧାନ, ବିଜୟ ପଧାନ, ସୁରେନ ସାହୁ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଏକାଦଶିଆ ସାହୁ, ଆଦିତ୍ୟ ଦାସ, ସି ଏଚ ଭେଙ୍କଟ, ଏସ ସି ଶ୍ରୀନିବାସ, ପ୍ରଶାନ୍ତ ସାହୁ, ବବ୍ରୁ ବାହାନ ସାହୁ, ସୁରେଶ ନିକେଣ୍ଟି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *