Spread the love

ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜମନକିରା ବ୍ଲକ ର ଫାଶୀମାଲ- ଦେହୁରୁଣୀମାଲ ପାଖରେ ଥିବା ଦେଓଗାଁ ଦେବେଶ୍ୱର ଶିବ ମନ୍ଦିର ରେ ଶ୍ରାବଣ ଶେଷ ସୋମବାର ରେ ଭକ୍ତ ମାନଂକର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ଜନସାଧାରଣ ମାନେ ଆସି ତାଙ୍କ ମାନସିକ ପୂଜା ଅର୍ଚନା କରି ଶିବଙ୍କ ପାଖରେ ପାଣି ଢାଳିଥିଲେ l ଭକ୍ତ ମାନଂକର ମନୋରଞ୍ଜନ ପାଇଁ ଗାୟତ୍ରୀ ଭଜନ ଦଳ ତାଙ୍କର ମନଛୁଆଁ ଭଜନ ପରିବେଷଣ କରି ଜନସାଧାରଣ ଙ୍କ ମନ ଛୁଇଁଥିଲେ l ଏହି କାର୍ଯ୍ୟକ୍ରମ ର ପରିଚାଳକ ଚକ୍ରଧର ମାଝୀ, ଉଦଘୋଷକ ସଚ୍ଚିକାନ୍ତ ଖରସେଲ, ବାଦ୍ୟଯନ୍ତ୍ରରେ ଜ୍ଞାନେଶ୍ୱର ଭୋଇ, ବିଶାଳ, ଖେଡୁ, ଚକ୍ରଧର ମାଝୀ ଓ କଣ୍ଠ ଶିଳ୍ପୀ ଙ୍କ ମଧ୍ୟରେ ବିନାୟକ ସାହୁ, ଲଳିତ ଦାସ, ଜ୍ୟୋସ୍ନାମୟୀ, ପାୟଲ ଯୋଗଦାନ କରିଥିଲେ l ମନ୍ଦିର ର କମିଟି ସମସ୍ତ ପ୍ରକାର ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରୁଥିଲେ l ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା ଜମନକିରା ବ୍ଲକ ମୁକ୍ତେଶ୍ଵର ମନ୍ଦିର ରେ ଶେଷ ଶ୍ରାବଣ ସୋମବାର ଦିନ ବହୁ ଦୂର ରୁ ଭକ୍ତ ଙ୍କ ସମାଗମ ହୋଇଥିଲା। ଜମନକିରା ବ୍ଲକ କେନାଢ଼ିପା ଭୂତେଶ୍ୱର ଶିବ ମନ୍ଦିରରେ ଭକ୍ତ ଙ୍କ ସମାଗମ ହୋଇଥିଲା। ମନ୍ଦିର କମିଟି ସଭାପତି ତ୍ରିଲୋଚନ ପଟେଲ ଉପସ୍ଥିତ ରହି ଓ ସମ୍ପାଦକ ହରେଶ ପଟେଲ ଉପସ୍ଥିତ ରହିଥିଲେ। ରୋହନ ସେଠ, ସୁମନ ସାହୂ,ଅମିତ ପଟେଲ, ସଞ୍ଜୟ ପଟେଲ, ଗଣେଶ ସୁନାନି, ପପୁ ଭୋଇ, ନୀଳ ନାଏକ, ଶ୍ରୀକୁମାର ପଟେଲ ପ୍ରସାଦ ସେବନ ରେ ସହଯୋଗ କରିଥିଲେ। ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *