Spread the love

ଶ୍ରୀଲଙ୍କାକୁ ଫଲୋଅନ୍‌ ଦେଲା ଭାରତ, ବିଜୟ ନିକଟରେ ଟିମ୍‌ ଇଣ୍ଡିଆ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଶ୍ରୀଲଙ୍କାକୁ ୨୯୦ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତ ଫଲୋଅନ୍‌ ଦେଇଛି। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ୨ ୱିକେଟ୍‌ ହରାଇ ୧୬୩ ରନ୍‌ କରିଥିବା ବେଳେ ଭାରତ ବିଜୟ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛି।

ପ୍ରଥମ ଇନିଂସରେ ଶ୍ରୀଲଙ୍କା ଚତୁର୍ଥ ଦିନ ଶେଷରେ ୮ ୱିକେଟ୍‌ ହରାଇ ୨୬୫ ରନ୍‌ କରିଥିଲା। ପରବର୍ତ୍ତୀ ଦିନ ଦଳ ମାତ୍ର ୨୫ ରନ୍‌ ଯୋଡ଼ି ଅବଶିଷ୍ଟ ଦୁଇ ୱିକେଟ୍‌ ହରାଇଥିଲା। ଫଳରେ ଶ୍ରୀଲଙ୍କାର ପ୍ରଥମ ଇନିଂସ ୨୯୦ ରନ୍‌ରେ ସୀମିତ ହୋଇଥିଲା।

ଶ୍ରୀଲଙ୍କା ପକ୍ଷରୁ ଅଲରାଉଣ୍ଡର ସୋନାଲ ଦିନୁଷା ଚମତ୍କାର ଶତକ ହାସଲ କରି ୧୦୩ ରନ୍‌ର ଇନିଂସ ଖେଳିଥିଲେ। ଏହା ତାଙ୍କର କ୍ରମାଗତ ଦ୍ୱିତୀୟ ଶତକ। ଭାରତ ପକ୍ଷରୁ ପ୍ରସିଦ୍ଧ କୃଷ୍ଣ ଓ ମାନବ ସୁଥାର ୩ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ସାରାଂଶ ଜୈନ ୨ଟି ୱିକେଟ୍‌ ହାସଲ କରିଛନ୍ତି।

ଏହା ପୂର୍ବରୁ ଭାରତ ୫୦୩ ରନ୍‌ରେ ନିଜ ପ୍ରଥମ ଇନିଂସ ଘୋଷଣା କରିଥିଲା। ଭାରତ ପାଇଁ ଧ୍ରୁବ ଜୁରେଲ ଓ ଦେବଦତ୍ତ ପଡିକଲ ଶତକ ହାସଲ କରିଥିଲେ।

ଦୁଇ ଟେଷ୍ଟ ବିଶିଷ୍ଟ ସିରିଜରେ ଭାରତ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି। ଶ୍ରୀଲଙ୍କା ଉପରେ ଚାପ ବଢ଼ିଥିବାରୁ ଟିମ୍‌ ଇଣ୍ଡିଆ ଏହି ମ୍ୟାଚ୍‌କୁ ଜିତି ସିରିଜରେ ନିଜ ସ୍ଥିତି ଆହୁରି ମଜବୁତ କରିବା ଲକ୍ଷ୍ୟରେ ରହିଛି।

Leave a Reply

Your email address will not be published. Required fields are marked *