Spread the love

ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ, ଅକ୍ଟୋବର ୩ ଯାଏଁ ଚାଲିବ

ଭୁବନେଶ୍ୱର: ସେପ୍ଟେମ୍ବର ୨୨ରୁ ବସିବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଥିବା ବେଳେ ଗୋଟିଏ ଦିନ ଛୁଟି ଏବଂ ଦୁଇ ଦିନ ‘ନୋ ମିଟିଂ ଡେ’ ରହିଛି।

ଆସନ୍ତା ମୌସୁମୀ ଅଧିବେଶନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ଏଥିସହ ବିଭିନ୍ନ ରାଜ୍ୟସ୍ୱାର୍ଥ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇପାରେ।

ଅନ୍ୟପକ୍ଷରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ବିରୋଧୀ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରୁଛନ୍ତି। ଫଳରେ ଆସନ୍ତା ଅଧିବେଶନରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହୋଇପାରେ ବିଧାନସଭା।

ଅଧିବେଶନକୁ ନେଇ ରାଜନୈତିକ ମାହୋଲ ଏବେଠାରୁ ଉଷ୍ମ ହେବା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *