Spread the love

ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମନ୍ବୟ ଆନୁକୁଲ୍ୟରେ ବିଡାନାସୀ ଚହଟାସ୍ଥ ଶ୍ରୀ ଚ‌ହଟେଶ୍ବର ମନ୍ଦିର ପରିସରରେ ଡଃ ଶ୍ରୀରାମ ଚନ୍ଦ୍ର ଦାଶଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ପରିଚାଳନା ସମ୍ପାଦକ ଆଡଭୋକେଟ କବୀର କୁମାର ଜେନା ଉପସ୍ଥିତ ଭଦ୍ରବ୍ୟକ୍ତି ମାନଙ୍କୁ ସ୍ଵାଗତ କରିବା ସହିତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରୁଥିଲେ। ପଣ୍ଡିତ ଦିଲ୍ଲୀପ କୁମାର ସାବତ ଶିବ ସ୍ତୁତି ଗାନ କରିଥିଲେ। ଆଡଭୋକେଟ ବଂଶୀଧର ଶତପଥୀ ଉତ୍ସବଟିକୁ ଉଦଘାଟନ କରି କହିଲେ ଯେ ଶ୍ରୀରାମ ଦାଶଙ୍କ ଭଳି ପ୍ରଚଣ୍ଡ ପ୍ରତିଭାଧର ମେଧାବୀ ଛାତ୍ର ଖୁବ କମ ଦେଖିବାକୁ ମିଳନ୍ତି।ସେ ଜଣେ ସଫଳ ଓ ପ୍ରଭାବଶାଳୀ ବକ୍ତା ଥିଲେ। କଲେଜ ୟୁନିୟନ, ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ମାନଙ୍କରେ ତାଙ୍କୁ ସର୍ବଦା ଖୋଜା ପଡ଼ିଥାଏ। ତାଙ୍କ ଭଳି ବ୍ୟକ୍ତିତ୍ବ ଓଡ଼ିଶାର ସବୁ ଜାଗାରେ ପୂଜା ପାଇଥାନ୍ତି। ତାଙ୍କ ଅଵର୍ତ୍ତମାନରେ ଅମ୍ଳାନ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଅନୁଷ୍ଠାନର ସଭାପତି ସାହିତ୍ୟିକ ଦୁଃଖି ଶ୍ୟାମ ଦାସ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ ଅଗନା ଅଗନି ମାଛଗାଁ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ପାଟନା ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଏମ ଏ ଶ୍ରେଣୀଯାଏ ସେ ତମାମ ଛାତ୍ର ଜୀବନ ବୃତ୍ତିଧାରୀ ବିଦ୍ୟାଧ୍ୟାୟୀ ଛାତ୍ର ଭାବେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଆସୁଥିଲେ। ବକ୍ତୃତା, ଅଧ୍ୟାପନା ଓ ଲେଖନୀ ଚାଳନା କ୍ଷେତ୍ରରେ ସେ ଥିଲେ ଅପ୍ରତିଦ୍ଵନ୍ଦୀ। କାର୍ଯ୍ୟକାରୀ ସମ୍ପାଦକ ଆଡଭୋକେଟ ଆଲୋକ କୁମାର ପଣ୍ଡା ଡଃ ଶ୍ରୀରାମ ଚନ୍ଦ୍ର ଦାଶଙ୍କ ଉପରେ ଏକ ସାରଗର୍ଭକ ପ୍ରବନ୍ଧ ପାଠ ପଢିଥିଲେ। ଉକ୍ତ ଆଲୋଚନା ରେ ଭାଗନେଇ ଇଞ୍ଜିନିୟର ଅବିନାଶ ପରିଡ଼ା, ନିବାସ ଚନ୍ଦ୍ର ମିଶ୍ର, କିଶୋର ଚନ୍ଦ୍ର ସ୍ବାଇଁ, ଅଶୋକ କୁମାର ଦଳାଇ, ନରେନ୍ଦ୍ର କୁମାର ସାହୁ ଡଃ ଦାଶଙ୍କ ଅପ୍ରମିତ ଅକଳନ୍ତି ଞାନ ପିପାସା ଉପରେ ଆଲୋକପାତ କରିଥିଲେ। ତାଙ୍କୁ ଈଶ୍ୱର ଚନ୍ଦ୍ର ଵିଦ୍ୟାସାଗରଙ୍କ ସହ ତୁଳନା କରି ଭୂୟସୀ ପ୍ରଶଂସା କରିଥିଲେ। ଆଡଭୋକେଟ ଆଲୋକ କୁମାର ପଣ୍ଡା, ନିବାସ ଚନ୍ଦ୍ର ମିଶ୍ର ଓ କମାଲ କୁମାର ଅଗ୍ରୱାଲ ଙ୍କୁ ଜନ୍ମ ଦିନ ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ଫୁଲ ଗୁଚ୍ଛ ପ୍ରଦାନ କରାଯାଇଥିଲା।କବି ସସ୍ମିତା ଜେନା ଙ୍କ ସଂଯୋଜନା ରେ କବିତା ପାଠ କରିଥିଲେ କବି ଦୁଃଖି ଶ୍ୟାମ ଦାସ, ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସସ୍ମିତା ଜେନା ପ୍ରମୁଖ କବିବୃନ୍ଧ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନ ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *