Spread the love

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ସହାୟତା ରେ ବିଶ୍ଵ ମଙ୍ଗଳ କାମନା କଲେ ଦିବ୍ୟାଙ୍ଗ କାଉଡ଼ିଆ

ଏବେ ଶ୍ରାବଣ ର ମାସ ଚାଲିଛି। ଛୋଟ ପିଲା ଠୁ ଆରମ୍ଭ କରି ବୟସ୍କ ମାନଙ୍କ ହାତ ରେ ଶ୍ରାବଣ ର କାଉଡ଼ି ଭାର। ଗୋଟିଏ ଲକ୍ଷ୍ୟ ଜଳାଭିଷେକ କରିବା ଓ ମାନସିକ ପୂରଣ କରିବା। ଭିନ୍ନ ଭିନ୍ନ ଭାବରେ କାଉଡ଼ିଆ ମାନେ ବାବା ଶଙ୍କର ଙ୍କୁ ଜଳ ଲାଗି କରିଥାଆନ୍ତି। ଏଥିରୁ ଟିକିଏ ଭିନ୍ନ ଚିନ୍ତା କରିଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତାଗଣ। ସେମାନେ ଦିବ୍ୟାଙ୍ଗ ଭାଇ ମାନଙ୍କୁ ଏକତ୍ରିତ କରି ଜଳାଭିଷେକ କରିବାର ନୂତନ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ତିନିମୁହାଣି ନିକଟସ୍ଥ ନାଉପାଳ ଗ୍ରାମ ନିକଟ ଗୋବରୀ ନଦୀ ରୁ ପାଣି ଉଠାଇ ବାବା ବିଲେଶ୍ୱର ମହାଦେବ ଙ୍କ ପୀଠ ରେ ଜଳାଭିଷେକ କରିଛନ୍ତି। ସେମାନଙ୍କ ପାଇଁ ଟ୍ରଷ୍ଟ ପକ୍ଷରୁ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯାଇଛି। ସେମାନେ ତାଙ୍କର ତିନି ଚକିଆ ଯାନ ରେ ବସିଥିଲେ ଓ କାଉଡ଼ି ଭାର ଧରିଥିଲେ। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ମାନେ ମିଶି ତାଙ୍କ ଯାନ କୁ ଠେଲି ଠେଲି ନେଇ ବାବା ଙ୍କ ପୀଠ ରେ ପହଞ୍ଚି ଥିଲେ। ଏହା ପରେ ତାଙ୍କୁ କାନ୍ଧ ରେ କାନ୍ଧ ମିଳାଇ ଟେକି ନେଇ ବାବାଙ୍କ ଦର୍ଶନ କରାଇଥିଲେ। ନନା ମାନେ ତାଙ୍କ ନାମ ଓ ଗୋତ୍ର ବୁଝି ଜଳାଭିଷେକ କରିଥିଲେ। ଏହି କାର୍ଯ୍ୟକ୍ରମ କୁ କେନ୍ଦ୍ରାପଡ଼ା ସହରବାସୀ ମାନେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ, କିଛି କିଛି ଲୋକେ କହୁଥିଲେ ସତାରେ ମାନବିକତା ବଞ୍ଚିଛି। ଜଣେ ମା ର ଦିବ୍ୟାଙ୍ଗ ପୁତ୍ର ଆଜି ଜଳାଭିଷେକ କରିଥିଲେ, ଏହା ପରେ ସେ ମା ଲୁହ ଛଳ ଛଳ ଆଖି ରେ କହିଥିଲା ଆଜି ମୋର ଦୀର୍ଘ ୨୮ ବର୍ଷ ର ଆଶା ପୂରଣ ହେଲା। ଆଜି ର କାର୍ଯ୍ୟକ୍ରମ ରେ ସହଯୋଗି ଭାଇ ମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, କୋଷାଧ୍ୟକ୍ଷ ବିଭୁ ପ୍ରସାଦ ସାହୁ,ଡାକ୍ତର ବିରେନ୍ଦ୍ର କୁମାର ଦାଶ,ଦିଲ୍ଲିପ କୁମାର ନାଥ, ଶାନ୍ତନୁ ମଲ୍ଲିକ, ବାବାଜୀ ବାରିକ, ସିନୁ କୁମାର ରାଓ, ବିଭୁ ପ୍ରସାଦ ପତି, ଧିରେନ୍ ସାହୁ, ଦେବାଶିଷ ମହାପାତ୍ର, ତାପସ ପରିଡା, ଅକ୍ଷୟ କୁମାର ଭଳ, ଶଶିକାନ୍ତ ନାଥ, ରମାକାନ୍ତ ସାହୁ, ସୁକୁନି ନାୟକ, ଆଶିଷ ବିଶ୍ଵାଳ ଓ ସଚେତନ୍ ଶତପଥୀ।

Leave a Reply

Your email address will not be published. Required fields are marked *