Spread the love

ଷଷ୍ଠ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

ଭବାନୀପାଟଣା ତା ୦୭। ୦୭। ୨୫ ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଷଷ୍ଠତମ କଳାହାଣ୍ଡି ଵ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶ୍ରୀ ପ୍ରଦୀପ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଆନନ୍ଦ ବର୍ଦ୍ଧନ ଗୁରୁ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର,ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ,ପୂର୍ବତନ ସଭାପତି ତଥା ରାଜ୍ୟ ସଂଘର ବୈଷୟିକ ଅଧିକାରୀ ଉପାଧକ୍ଷ ଶ୍ରୀ ମନୋରଞ୍ଜନ ଦାସ,ଜିଲ୍ଲା ସଂଘ ସମ୍ପାଦକ ଶ୍ରୀ ସନ୍ଦୀପ ମିଶ୍ର,ମ୍ୟାଚ ରେଫରି ସମୀର ସାହୁ ଉପସ୍ଥିତ ଥିଲେ।ଉକ୍ତ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ବିଭିନ ବ୍ଲକରୁ ପ୍ରାୟ ୧୮୦ପ୍ରତିଯୋଗୀ ଭାଗ ନେଇଥିଲେ।ପ୍ରତିଯୋଗିତାରେ ଉପ କନିଷ୍ଠ ବିଭାଗରୁ ଆରମ୍ଭ କରି ୫୦ବର୍ଷରୁ ଅଧିକ ଵର୍ଗ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ରାଜ୍ୟ ସ୍ୱୀକୃତିପ୍ରାପ୍ତ ୧୦ ଜଣ ବୈଷୟିକ ଅଧିକାରୀ ମ୍ୟାଚ ପରିଚାଳନା କରିଥିଲେ।ପ୍ରଥମ ଦିନରେ ୮୫ ମ୍ୟାଚ,ଦ୍ଵିତୀୟ ଦିନରେ ୬୮ ମ୍ୟାଚ ଓ ତୃତୀୟ ଦିନରେ ସମସ୍ତ ବିଭାଗ ର ଫାଇନାଲ ଅନୁଷ୍ଠିତ ହୋଇଥିଲା।ଫାଇନାଲରେ ମୂଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ ଦରବାନ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଶ୍ରୀ ସୁଶାନ୍ତ କୁମାର ସିଂ,ଜିଲ୍ଲା ଉପ ଆରକ୍ଷୀ ଅଧିକାରୀ ମୁକ୍ତିକାନ୍ତ କୁଲୁ,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ କୃତି ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ।୧୧ ବର୍ଷରୁ କମ ବାଳକ ଏକକ ବିଭାଗରେ ଧର୍ମଗଡ଼ର ରୁନୁ ବାଗ ବିଜେତା,ଭବାନୀପାଟଣା ର ଶ୍ରେୟାନ୍ସ ପଟ୍ଟନାୟକ ଉପବିଜେତା, ୧୩ବର୍ଷରୁ କମ ବାଳକ ଏକକ ବିଭାଗରେ ଧର୍ମଗଡ଼ର ମୟଙ୍କ ରାଉତ ଓ ଜୀବନ ଜ୍ୟୋତି ସାହୁ ଉପବିଜେତା, ୧୩ବର୍ଷରୁ କମ ବାଳକ ଏକକ ବିଭାଗରେ ଶ୍ରେୟାନ୍ସ ପୃଷ୍ଟି ଓ ଶ୍ରୀୟଂସ ଠାକୁର ବିଜେତା ଭବାନୀପାଟଣା ର ଆଦ୍ୟାନ ସତ୍ୟ ଠାକୁର ଓ ଅଜିତେଶ ନାୟକ ଉପବିଜେତା, ୧୫ ବର୍ଷରୁ କମ ବାଳକ ଏକକ ବିଭାଗରେ ଜୁନାଗଡ଼ର ଚନ୍ଦ୍ରଶେଖର ଶର୍ମା ବିଜେତା ଓ ଦିଗ ବିଜୟ ସିଂ ଉପବିଜେତା, ୧୫ ବର୍ଷରୁ କମ ବାଳକ ଯୁଗଳ ବିଭାଗରେ ଜୁନାଗଡ଼ର ଚନ୍ଦ୍ର ଶେଖର ଶର୍ମା ଓ ଦିଗ ବିଜୟ ସିଂ ବିଜେତା ଓ ଭବାନୀପାଟଣାର ପ୍ରତ୍ୟୁଷ ଭୋଇ ଓ ସାହିଲ ରାଇକୟାର ଉପବିଜେତା, ୧୭ବର୍ଷରୁ କମ ବାଳକ ଏକକ ବିଭାଗରେ ଜୁନାଗଡ଼ର ଅବଦେଶ ଗୋଏଲ ବିଜେତା ଓ ଭବାନୀପାଟଣାର ଅମ୍ରିତତରାଜ ଯୋଶୀ ଉପବିଜେତା,୧୭ ବର୍ଷ କମ ବାଳକ ଯୁଗଳ ବିଭାଗରେ ଜୁନାଗଡ଼ର ଚନ୍ଦ୍ର ଶେଖର ଶର୍ମା ଓ ଦିଗବିଜୟ ସିଂ ବିଜେତା ଓ ଭବାନୀପାଟଣାର ଅମ୍ରିତତରାଜ ଯୋଶୀ ଓ ରିଆନ ସତ୍ୟ ଠାକୁର ଉପବିଜେତା, ୧୯ବର୍ଷରୁ କମ ବାଳକ ଏକକ ବିଭାଗରେ ଜୁନାଗଡ଼ର ମାନବ ଜେପି ନାୟକ ବିଜେତା ଓ ଧର୍ମଗଡ଼ର ସୌରଭ ସେଠିଆ ଉପବିଜେତା, ୧୯ ବର୍ଷରୁ କମ ବାଳକ ଯୁଗଳ ବିଭାଗରେ ଜୁନାଗଡ଼ର ମାନବ ଜେପି ନାୟକ ଓ ଧର୍ମଗଡ଼ର ସୌରଭ ସେଠିଆ ବିଜେତା ଓ ଭବାନୀପାଟଣାର ଅମ୍ରିତରାଜ ଯୋଶୀ ଓ ରିୟାନ ସତ୍ୟ ଠାକୁର ଉପବିଜେତା,ସିନିୟର ପୁରୁଷ ଏକକ ବିଭାଗରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ବିଜେତା ଓ ଶିବାଶିଷ ବିଶି ଉପବିଜେତା,ସିନିୟର ପୁରୁଷ ଯୁଗଳ ବିଭାଗରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ଓ ଅଭିନାଶ ବାବୁ ବିଜେତା ଓ ଶିବାଶିଷ ବିଶି,ସୁଭାସିସ ପଟ୍ଟନାୟକ ଉପବିଜେତା, ସିନିୟର ମହିଳା ଏକକ ବିଭାଗରେ ଜୁନାଗଡ଼ର ଜଳୀ ପରାଭୋଇ ବିଜେତା ଓ ଅଞ୍ଜଳି ନାଏକ ଉପବିଜେତା, ସିନିୟର ମହିଳା ଯୁଗଳ ବିଭାଗରେ ଜୁନାଗଡ଼ର ରୋଜାଲୀନ ନାୟକ ଓ ଶିବାନୀ ଭାଟି ବିଜେତା ଓ ଜଳୀ ପରାଭୋଇ ଓ ଅଞ୍ଜଳି ନାଏକ ଉପବିଜେତା, ସିନିୟର ମିଶ୍ରିତ ଯୁଗଳ ବିଭାଗରେ ଭବାନୀପାଟଣାର ସୁମିତ ମାଝୀ ଓ ଜୁନାଗଡ଼ର ଦମନ୍ତି ବାଗ ବିଜେତା ଓ ଭବାନୀପାଟଣାର ଶୁଭମ ପଣ୍ଡା ଓ ଲାଞ୍ଜିଗଡର ଅନନ୍ୟା ବେହେରା ଉପବିଜେତା, ୩୫ବର୍ଷରୁ ଉର୍ଦ୍ଧ ପୁରୁଷ ଏକକ ବିଭାଗରେ ଭବାନୀପାଟଣାର ଅଭିନାଶ ବାବୁ ବିଜେତା ଓ ବିଜୟ ରାଉତ ଉପବିଜେତା, ୩୫ବର୍ଷରୁ ଉର୍ଦ୍ଧ ପୁରୁଷ ଯୁଗଳ ବିଭାଗରେ ଜୁନାଗଡ଼ର ରାକେଶ ବେମାଲ ଓ ଉମେଶ ଜୈନ ବିଜେତା ଓ ଭବାନୀପାଟଣାର ହମିଦ ବାଗ ଓ ରୋମାଞ୍ଚଳ ସରାଫ ଉପବିଜେତା, ୪୦ବର୍ଷରୁ ଉର୍ଦ୍ଧ ପୁରୁଷ ଯୁଗଳ ବିଭାଗରେ ଭବାନୀପାଟଣାର ଖେତ୍ରୀ ସୁନାନୀ ଓ କିଶୋର ଡାକୁଆ ବିଜେତା ଓ ଶକ୍ତି ପ୍ରସାଦ ଯୋଶୀ ଓ ତରୁଣ ଦାସ ଉପବିଜେତା, ୫୦ବର୍ଷରୁ ଉର୍ଦ୍ଧ ପୁରୁଷ ଯୁଗଳ ବିଭାଗରେ ଭବାନୀପାଟଣାର ମହେଶ କୁକ୍ରେଜା ଓ ରଞ୍ଜିତ ସାହୁ ବିଜେତା ଓ ଭବାନୀପାଟଣାର ଶୁଭ୍ରାଂଶୁ ଶେଖର ମିଶ୍ର ଓ ଜିତେନ୍ଦ୍ର କୁମାର ମିଶ୍ର ଉପବିଜେତା ହୋଇଥିଲେ।ରାଜ୍ୟ ସ୍ୱୀକୃତି ପ୍ରାପ୍ତ ବୈସୟିକ ଅଧିକାରୀ ଦୀପକ ସାଗର କୁମାର,ରାକେଶ ବେମାଲ,ଅନିଷ ହାସଦା,ସୁମନ ପାଣିଗ୍ରାହୀ,ରୋସାଲୀନ ନାୟକ,ସରୋଜ ମହାରଣା,ତପନ ସାହୁ ଜିଲ୍ଲା ବୈସୟିକ ଅଧିକାରୀ ହେମନ୍ତ ମିଶ୍ର, ଶିବନି ଭାଟି,ଜଳୀ ପରାଭୋଇ ମ୍ୟାଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିଥିଲା ଏହିସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ସହ ସମ୍ପାଦକ ସାଇକୁମାର ସିଂସାମନ୍ତ,ପ୍ରତିଯୋଗିତା ର ସଂଗଠକ ସମ୍ପାଦକ ମହେଶ କୁକ୍ରେଜା,ସଭ୍ୟ ରବି ନାରାୟଣ ସାହୁ,ମାନସ ପ୍ରଧାନ,ସନ୍ଦିପ ଦାସ,ଶକ୍ତି ଯୋଶୀ,ପରେଶ ପ୍ରଧାନ,ରଞ୍ଜିତ ସାହୁ,ଶିବା ଆଚାରୀ, ଶିବାଶିଷ ବିଶି ଓ ସମସ୍ତ ସଭ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *