Spread the love

‘ସମ୍ବିଧାନ ବଞ୍ଚାଅ ସମାବେଶ’ ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ସଂଯୋଜକ ନିଯୁକ୍ତ

ଭୂବନେଶ୍ୱର: ସମ୍ବିଧାନ ବଞ୍ଚାଅ ସମାବେଶ ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ସଂଯୋଜକମାନଙ୍କୁ ନିଯୁକ୍ତ କରାଯାଇଛି।

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେଣୁଗୋପାଳଙ୍କ ଗସ୍ତ ସମୟରେ ‘ସମ୍ବିଧାନ ବଞ୍ଚାଅ ସମାବେଶ’ ଏବଂ ଦଳର ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟକ୍ରମଗୁଡ଼ିକର ସୁଗମ ସମନ୍ୱୟ ପାଇଁ ନିମ୍ନଲିଖିତ ସଂଯୋଜକମାନଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସ ନିଯୁକ୍ତ କରିଛନ୍ତି।

ସୂଚନା ଅନୁଯାୟୀ, କାର୍ଯ୍ୟକ୍ରମ ସଂଗଠନ କମିଟିର ସଂଯୋଜକ ଭାବେ ମାନସ ଚୌଧୁରୀ ନିଯୁକ୍ତ ହୋଇଥିବା ବେଳେ ପ୍ରକାଶନ କମିଟିର ସଂଯୋଜକ ଭାବେ ଦାୟିତ୍ଵ ନେବେ ନବଜ୍ୟୋତି ପଟ୍ଟନାୟକ। ସେହିପରି ସାଂଗଠନିକ କମିଟି ବୈଠକର ସଂଯୋଜକ ହୋଇଛନ୍ତି ଶୁଭେନ୍ଦୁ ମହାନ୍ତି।

Leave a Reply

Your email address will not be published. Required fields are marked *