Spread the love

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ବଡବିଲ ମୁଖ୍ୟ ପ୍ରବେଶପଥ କିରିବୁରୁଛକ ଠାରେ ବଡବିଲ ଆଇଟିଆଇ ପକ୍ଷରୁ ସଡକ ସୁରକ୍ଷା କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରଯାଇଥିଲା। ଏହି ଅବସରରେ ବଡବିଲ ମଡେଲ ଆଇଟିଆଇ ପ୍ରଶିକ୍ଷାର୍ଥୀ ଓ ପ୍ରଫେସର୍ ବୃନ୍ଦ ଉପସ୍ଥିତ ରହି ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀବାହୀ ଗାଡି ମଟର ସାଇକେଲ ଆରୋହୀ ମାନଙ୍କୁ ସଡକ ସୁରକ୍ଷା କୁ ନେଇ ସଚେତନ କରାଇବା ସହ ସୁରକ୍ଷା ସମ୍ବଧିତ ଏକ ପତ୍ର ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ବଡବିଲ ମଡେ଼ଲ ଆଇଟିଆଇ ର ଛାତ୍ର ଛାତ୍ରୀ ଓ କର୍ମକର୍ତ୍ତାଙ୍କ ସହ ବଡବିଲ ପୋଲିସ୍ ମିଳିତ ସହଯୋଗ ରେ ପରିଚାଳିତ ହୋଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *