ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମସ୍ରୋବ ଉପଲକ୍ଷେ ପାଲିଙ୍କି ଶୋଭାଯାତ୍ରା
ଢେଙ୍କାନାଳ, ୨୧/୧୧: ଢେଙ୍କାନାଳ ସହର ପି.ଡବ୍ଲୁ.ଡି. ରୋଡସ୍ଥିତ ସତ୍ୟସାଇ ବାବା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ଉପଲକ୍ଷେ ଭଜନ କୀର୍ତନ ସହ ଅପରାହ୍ନ ଘ.୪.୩୦ମି.ରେ ମନ୍ଦିର ଠାରୁ ବାହାରି ସଂଧ୍ୟା ଘ.୫.୩୦ ମି. ପର୍ଯ୍ୟନ୍ତ ସହର ପରିକ୍ରମା ପାଲିଙ୍କି ଶୋଭାଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁତ ଭାଇଭଉଣୀ ଭକ୍ତମାନେ ଅଂଶଗ୍ରହଣ କରି ସଫଳ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ କୃତଜ୍ଞ ଜଣାଇଥିଲେ । ଆସନ୍ତା କାଲି ସୋମବାର ମନ୍ଦିର ପରିସରରେ ସକାଳ ୯ ଘଟିକା ଠାରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମ ଆବାହକ ତପନ କୁମାର ସାହୁ ସୂଚନା ଦେଇଛନ୍ତି ।
