Spread the love

ଢେଙ୍କାନାଳ ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ର ସମ୍ପାଦକ ହରିହର ସାହୁ ସେପ୍ଟେମ୍ବର ମାସ ଅଠର ତାରିଖ ପୂର୍ବାହ୍ନ ରେ ଗଁଦିଆ ବ୍ଳକ ର ପୋରୁହଖୋଜ ଗ୍ରାମ ପଞ୍ଚାୟତ ଅଧୀନ ବଣିଆପଡା ଗ୍ରାମ ର ବିଶିଷ୍ଟ ପରିବେଶବିତ୍ ଗୋପାଳ ଚନ୍ଦ୍ର ରାଉତ ଙ୍କ କ୍ଷେତ୍ର ପରିଦର୍ଶନ କରିଥିଲେ। ବଣିଆପଡା ରାଜସ୍ବ ଗ୍ରାମରେ ତାଙ୍କ ନିଜ ଜାଗାରେ ଦୁଇଏକର ବଗାୟତ କିସମ ଜାଗା ରେ ଆମ୍ବ , କାଜୁ, ପିଜୁଳି, କୋଳି, ଲେମ୍ବୁ, କମଳା,ଓ କାଜୁ ନର୍ସରୀ କରିଛନ୍ତି। ଓଡ଼ିଶା ସରକାରଙ୍କର ଉଦ୍ୟାନ ବିଭାଗରେ ପଞ୍ଜିକରଣ କରିଛନ୍ତି। ଜଣେ ସଫଳ ଉଦ୍ଯାନବିତ୍ ଭାବରେ ସେ ଓଡ଼ିଶା ରେ ସୁପରିଚିତ। ଭବିଷ୍ୟତରେ ଏହାକୁ ବଢ଼ାଇ ସାଧାରଣ ଜନସାଧାରଣ ଙ୍କର ଆର୍ଥିକ ମାନଦଣ୍ଡ ବଢ଼ାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *