Spread the love

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଝାଡୁ ଧରିଲେ କାଉନସିଲର

ରାଜ୍ୟ ସାରା ସଫେଇ କର୍ମଚାରୀ ମାନେ ନିଜର ପାଉଣା ବୃଦ୍ଧି ପାଇଁ ଝାଡୁ ଛାଡ଼ ଆନ୍ଦୋଳନ କରିଥିବାରୁ ସାରା ରାଜ୍ୟ ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି l
କଟକ ଜିଲ୍ଲା ଚୌଦ୍ୱାର ପୌର ପାଳିକା ର ୧୯ଟି ୱାର୍ଡ ରେ ଠିକା ସଂସ୍ଥା ଦ୍ଵାରା ନିଯୁକ୍ତ ସୁଇପର ମାନେ ଆନ୍ଦୋଳନ ରତ ଥିବାରୁ ଅଂଚଳ ର ବିଭିନ୍ନ ଗଳି କନ୍ଦିରେ କୁଢ଼ କୁଢ଼ ଅଳିଆ ଗଦା ହୋଇ ପଡିରହିଛି l
ଏହା ର ସମାଧାନ ପାଇଁ ସରକାରୀ ସ୍ତର ରେ କୌଣସି ତତ୍ପରତା ଦେଖା ଯାଉନାହିଁ l ୧୩ ନମ୍ବର ୱାର୍ଡ ର ପରିମଳ ବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ ବିଜେପି ରୁ ବିଜୟୀ ହୋଇ ଥିବା ଏକ ମାତ୍ର କାଉନସିଲର
ସୁଜାତା ସାହୁ ନିଜେ ହାତ ରେ ଝାଡୁ ଧରି ସଫା କରିଥିଲେ l
ଏହା ସହିତ ଯେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ସେ ଝାଡୁ ଧରି ସଫା କରିବେ ବୋଲି ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି l

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ୍।

Leave a Reply

Your email address will not be published. Required fields are marked *