Spread the love

(ସବୁଥିରୁ ବଞ୍ଚିତ ଖୁଲଣା ମାଟି ପରିବାର | ସରକାରୀ ସହାୟତା ମିଳିବକେବେ….?)
ଜଗତସିଂହପୁର
ତା =6/6/23

ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସିଂହାରପୁର ପଞ୍ଚାୟତ ନବାପାଟଣା ଗ୍ରାମର ୬୭ ବର୍ଷୀୟା ବୃଦ୍ଧା ଫୁଲଣା ମାଟିଙ୍କ ପୁଅ ଚନ୍ଦନ କିଶୋର ମାଟି ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଥିବାରୁ ଚନ୍ଦନଙ୍କ ବାମ ଗୋଡ଼ ଜନ୍ମରୁ ବଙ୍କା | ଚନ୍ଦନଙ୍କ ବାପା ଦୀର୍ଘ ପାଞ୍ଚ ବର୍ଷ ହେବ ବାପା କୁ ହରାଇଛି | ମାଆ ଫୁଲଣା ମାଟି ଭିନ୍ନକ୍ଷମ ପୁଅର ସେବା ଯତ୍ନ କରିବା ସହିତ ବହୁତ ଦୁଃଖ କଷ୍ଟରେ ପରିବାର ଚଳାଉଛନ୍ତି । ସେପଟେ ପୁଅ ଭିନ୍ନକ୍ଷମ ଚନ୍ଦନ ଚଳ ପ୍ରଚଳ କରିବା ପାଇଁ ଆସା ବାଡ଼ି ର ସାହାରା ନେବାକୁ ପଡୁଛି ।କିନ୍ତୁ ଏଭଳି ଅସହାୟ ପରିବାର ଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ରୁ ବଞ୍ଚିତ କରାଯାଇଛି | ଭିନ୍ନକ୍ଷମ ପୁଅ ଏବଂ ବୃଦ୍ଧା ମା ପ୍ରତି ଜ଼ିଲ୍ଲା ପ୍ରଶାସନ ର ନିଁସ୍ତୁରତା କୁ ହୃଦୟଗମ କରି
ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ବିଜେଦ୍ର ଦାସ ପ୍ରମୁଖ ଫୁଲଣା ମାଟି ଙ୍କ ପରିବାର କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଜ଼ିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *