Spread the love


ସମାଜସେବୀ ଙ୍କ ତରଫରୁ ଜଳଛତ୍ର ଶୁଭାରମ୍ଭ

ଅନୁଗୋଳ ରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସମାଜସେବୀ ତଥା ଯୁବ ବିଜେପି ନେତା ବିଭୁତି ସାହୁ ଙ୍କ ଦ୍ଵାରା ଅନୁଗୋଳ ହାଟଛକ ଠାରେ ଏକ ଜଳଛତ୍ର କେନ୍ଦ୍ରର ଶୁଭାରମ୍ଭ କରାଯାଇ ଅଛି। ଏଥିରେ ମୁଖ୍ୟ ଅତିଥି ରୂପେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଜଳଛତ୍ର ଶୁଭାରମ୍ଭ କରିଥିଲେ। ଏହି ଜଳଛତ୍ର ଗ୍ରୀଷ୍ମ ପ୍ରବାହ ଜାରି ରହିବା ପର୍ଯନ୍ତ ଚାଲୁରହିଛି ଏବଂ ଦୈନନ୍ଦିନ ଏହି ରାସ୍ତାଦେଇ ଯାଆଆସ କରୁଥିବା ପଥିକ ଓ ଜନସାଧାରଣ ଏହାଦ୍ବାରା ଉପକୃତ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ରାମେଶ୍ଵର ୟୁଥ୍ କ୍ଳବ୍ ର ସଦସ୍ୟ ମାନେ ଉପସ୍ଥିତ ରହି ଦହି ସରବତ ଏବଂ ଥଣ୍ଡା ପାନୀୟ ଜଳ ଯୋଗାଣ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *